
ଗୁଣୁପୁର,{ରାମନାଥ ମହାନ୍ତି}: ଗୁଣପୁର ମହାବିଦ୍ୟାଳୟର ଇଂରାଜୀ ବିଭାଗ ଏବଂ ଆଇକ୍ଯୁଏସିର ମିଳିତ ଆନୁକୂଲ୍ୟରେ ତା.25.01.2021ରୁ ଆରମ୍ଭ କରି ତା.12.02.2021ରିଖ ପର୍ଯ୍ୟନ୍ତ ଦୀର୍ଘ ତିନି ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା ବ୍ଯକ୍ତିତ୍ବ ବିକାଶ କର୍ମଶାଳାର ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ଏହାକୁ ଉଦ୍ଘାଟନ କରି ବ୍ଯକ୍ତିତ୍ବର ବିକାଶରେ ସମାଜର ବିକାଶ ଏବଂ ସମାଜର ବିକାଶ ହେଲେ ଦେଶର ବିକାଶ ସମ୍ଭବ ବୋଲି ମତ ଦେଇଥିଲେ ।
ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା, ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ, ଅଧ୍ୟାପକ ଜଗନ୍ନାଥ ଦୀପ୍ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଅନ୍ତରୀଣ ଗୁଣାବଳୀର ବିକାଶ, ବାଚିକ ଦକ୍ଷତା ବୃଦ୍ଧି , ଶାରୀରିକ ଭାଷା ବିକାଶ, ସମୟାନୁବର୍ତ୍ତିତା ତଥା ଜୀବନକୁ ଶୃଙ୍ଖଳିତ କରି ଗଢ଼ି ତୋଳିବା ପାଇଁ ବ୍ଯକ୍ତିତ୍ବର ବିକାଶ କରିବା କେତେ ଗୁରୁତ୍ବପୂର୍ଣ୍ଣ ; ସେସମ୍ପର୍କରେ ନିଜ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଏଥିରେ ଅଧ୍ୟାପକ ଏବ୍ରି ରଇତ ବିଭାଗ ତରଫରୁ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ।
ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଏହାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡୋଳାମଣି କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶିଷ,ଜେମସ,ନୀଲୁ,ଅଭିଷେକ, ପ୍ରୀତି, ଦୀପିକା, ପ୍ରିୟମ୍ବଦା ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।




