Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ପାତ୍ରପଡା ଅଂଚଳରେ ପ୍ରମୂଖ ଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଜଟିଆଣୀଙ୍କ ପିଠରେ ୪୫ତମ ସାମ୍ବତ୍ସରିକ...

ପାତ୍ରପଡା ଅଂଚଳରେ ପ୍ରମୂଖ ଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଜଟିଆଣୀଙ୍କ ପିଠରେ ୪୫ତମ ସାମ୍ବତ୍ସରିକ ଉତ୍ସବ

38

ଜଟଣୀ,୨୪/୦୧/୨୦୨୧:(ଖୋର୍ଦ୍ଧା-ଜିଲ୍ଲା ସଞ୍ଜୀବ କୁମାର) ଜଟଣୀ ନିକଟସ୍ଥ ପାତ୍ରପଡା ଅଂଚଳରେ ପ୍ରମୂଖ ଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଜଟିଆଣୀଙ୍କ ପିଠରେ ୪୫ତମ ସାମ୍ବତ୍ସରିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ବିଧୀରକ୍ଷା କରିବାଲାଗି ୩ଦିନିଆ କାର୍ଯ୍ୟକ୍ରମରେ ନବମୀ ତିଥୀରେ ନାଗା,ଘୋଡାନାଚ,ସଲଟଣ ଇତ୍ୟାଦି ମହାଆଡମ୍ବରରେ ନଗର ପରିକ୍ରମା କରିଥିବା ବେଳେ ଦଶମୀ ତିଥୀରେ ଓଡିଶା ପ୍ରସିଦ୍ଧ କଣ୍ଠ ଶିଳ୍ପିମାନଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜିତ କରାଯାଇଥିଲା ବେଳେ ବିଭିନ୍ନ ଜିଲା ତଥା ପୁରୀ,ଖୋର୍ଦ୍ଧା ପ୍ରଭୃତି ଜିଲାରୁ ଆସିଥିବା ସଂକିର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକିର୍ତନ ସମାରୋହ ଆୟୋଜିତ ହୋଇଥିଲା ।

ରବିବାର ତଥା ଅନ୍ତିମ ଦିନରେ ପରମ୍ପରା ପାଳନ କରିବାଲାଗି ୨ଟି ମେଣ୍ଢା ଲଢେଇର ଆୟୋଜନ ହୋଇଥିଲା । ଜଟଣୀ ନିକଟସ୍ଥ ନିରଜଂନପୁର ଦକ୍ଷୀଣକାଳି ରଜଂନ ବିଶ୍ୱାଳଙ୍କ ମେଣ୍ଢା ଏବଂ ବାଛରାପାଟଣା ସିଦ୍ଧମହାବୀର ପ୍ରକାଶ ନାଏକଙ୍କ ମେଣ୍ଢାକୁ ନେଇ ପାରମ୍ପରିକ ମେଣ୍ଢା ଲଢେଇ ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ବାଇଧର ପ୍ରଧାନ,ପଦ୍ମଚରଣ ପ୍ରଧାନ,ମନମୋହନ ରାଉତରାୟ, କେଳୁ ଚରଣ ସାହୁ, ମା ଜଟିଆଣୀ ଦେବୀ ପରିଚାଳନା କମିଟିର କର୍ମକର୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।