Home ଅପରାଧ ଗଙ୍ଗାପୁର ଗ୍ରାମରେ ମାଙ୍କଡ ଉପଦ୍ରବ

ଗଙ୍ଗାପୁର ଗ୍ରାମରେ ମାଙ୍କଡ ଉପଦ୍ରବ

105

ଆସିକା,୦୧/୧୦- ଆସିକା ବ୍ଲକ ଅଧିନ ଗଙ୍ଗାପୁର ପଚାଂୟତରେ ମାଙ୍କଡ ଉପଦ୍ରବ ଦେଖାଦେଇଥିବା ବେଳେ ଅନେକ ଗ୍ରାମବାସୀ ମାଙ୍କଡା କାମୁଡାର ଶିକାର ହୋଇଥିବା ଜଣାଯାଇଛି । ଗତ ୩ ମାସ ହେଲା ପ୍ରାୟ ୨ଶହରୁ ଉର୍ଦ୍ଧ ଛୋଟ ବଡ ମାଙ୍କଡ ଏହି ପଚାଂୟତରେ ଆତଙ୍କ କରିଥିବା ଜଣାଯାଇଛି । ମାଙ୍କଡ ଭୟରେ ଅନେକ ଘରୁ ବାହାରିବା ପାଇଁ ଭୟ କରିଥିବା ବେଳେ ଅନେକ ମାଙ୍କଡ କାମୁଡାରେ ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ନାବାଳିକା ଝିଅ ଠାରୁ ଆରମ୍ଭ କରି ବୁଦ୍ଧା ସମେତ ପ୍ରାୟ ୮ ଜଣଙ୍କୁ ମାଙ୍କଡ କାମୁଥିବା ସୂଚନା ରହିଛି । ଗ୍ରାମର କନ ବେହେରା, ଶ୍ରାବଣି ସାହୁ, ସୁଶିଳା, ଜଶନ, ମିକି ,କସ୍ତୁରୀ ପ୍ରମୁଖ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ମାଙ୍କଡ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଥିବା ସୂଚାନ ରହିଛି ।