Tuesday, November 17, 2026
Home ଆଞ୍ଚଳିକ ବିଜୟ କେତନର ୫ମ ବାର୍ଷିକ ଉତ୍ସବ ପାଳିତ

ବିଜୟ କେତନର ୫ମ ବାର୍ଷିକ ଉତ୍ସବ ପାଳିତ

14

ସାନଖେମୁଣ୍ଡି,(ପ୍ରଫୁଲ୍ଲ ସାବତ): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମ ସ୍ଥିତ ବିଜୟ କେତନ ଶାଖା କାର୍ଯ୍ୟାଳୟରେ ବିଜୟ କେତନର ୫ ବାର୍ଷିକ ଉତ୍ସବ ମହୋତ୍ସବ ପାଳିତ ହୋଇଯାଇଅଛି l ଆଜି ସକାଳ ୯ ଘଣ୍ଟା ସମୟରେ ପୋଡାମରି ସ୍ଥିତ ଡାକ ବଙ୍ଗଳା ଠାରୁ ଅତିଥି ମାନଙ୍କୁ ଏକ ବିଶାଳ ପଟୁ ଆକାରରେ ସ୍ବାଗତ କରି ସଭାସ୍ଥଳକୁ ଅଣାଯାଇଥିଲା l

ବିଜୟ କେତନର ପ୍ରତିଷ୍ଠାତା ପଣ୍ଡିତ ବିଜୟ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଦୈନିକ ଖବର କାଗଜ ଅନୁପମ ଭାରତର ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା ଉଧଘଟାକ ରୂପେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଉକ୍ତ ଅବସରରେ ବିଜୟ କେତନର ଏକ ସ୍ବତନ୍ତ୍ର ସଂଖ୍ୟା ଉଦ୍ଘାଟିତ କରିଥିଲେ l

ତତ୍ ସଂଗେ ସଙ୍ଗେ ସାନଖେମୁଣ୍ଡି ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ସ୍ଥଳେ ମହନ୍ତ ଶ୍ରୀ ରାମାନୁଜ ଦାସ୍ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପାଟପୁର ଆଇଆଇସି ଶ୍ରୀ ଅଜୟ କୁମାର ବାରିକ, ବହୁମୁଖିର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ୍ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନର ସମ୍ପାଦକ ଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ ଅବସରରେ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମରେ ଏହି ଅଞ୍ଚଳରେ ଅନେକ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ପରିଶେଷରେ ପୁରସ୍କାର ବିତରଣ କରିଥିଲେ l

ପୋଡ଼ା ମାରୀ ଗ୍ରାମର ଶ୍ରୀ କେଦାର ପାତ୍ର , ଶିକ୍ଷକ ଶ୍ରୀ ସଦାନନ୍ଦ ପାଢ଼ୀ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।