Sunday, October 11, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ: ବନବାସୀ ସେବା ସମିତି ସଭାଗୃହ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

କନ୍ଧମାଳ: ବନବାସୀ ସେବା ସମିତି ସଭାଗୃହ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

55

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବନବାସୀ ସେବା ସମିତି ବାଲିଗୁଡା ସଭାଗୃହ ଠାରେ ଆଜି ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି | ବନବାସୀ ଶିଶୁ ସଦନ ର ଛାତ୍ରୀ, କୁମାରୀ ମାମାଲି ପାତ୍ର ମଞ୍ଚ ପରିଚାଳନା କରିଥିଲେ | ମଞ୍ଚ ଉପରେ ଶିଶୁ କନ୍ୟା ମାନେ ଏକକ ଅଭିନୟ କରିଥିଲେ | ମୁଖ୍ୟ ଅତିଥି ଏବଂ ସମସ୍ତ ଉପସ୍ଥିତ ଅତିଥି ଙ୍କ ଦ୍ୱାରା ଆୟୋଜିତ ଏକକ ଅଭିନୟ, ବକୃତା ଓ ସଂଗୀତ ପ୍ରତିଯୋଗିତା ର କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିଲା |

ବନବାସୀ ର ଶିଶୁ କନ୍ୟା ମାନେ ସଂଗୀତ ଶିକ୍ଷକ ଦେବରାଜ କୈବର୍ତ୍ତ ଓ କାନ୍ହୁ ନାୟକ ଙ୍କ ସହାୟତାରେ ସ୍ବାଗତ ସଂଗୀତ ଓ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ | ବନବାସୀ ଶିଶୁ ସଦନ ର ପରିଚାଳିକା ପ୍ରତୀକ୍ଷା ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି ଦିବସରେ ମୁଖ୍ୟ ଅଥିତି ଭାବେ ବାଲିଗୁଡା ବି. ଡି. ଓ. ଡ଼ଃ ଜଗଦିଶ ଚନ୍ଦ୍ର ଷଢଙ୍ଗୀ, ମୁଖ୍ୟ ବକ୍ତା ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା, ସମ୍ମାନୀୟ ଅଥିତି ଭାବେ ସି.ଡି.ପି.ଓ., ବାଲିଗୁଡା ଅନୀତା କୁମାରୀ ଦାଶ, ବନବାସୀ ସେବା ସମିତି ର ସମ୍ପାଦକ ଉଛବ ଚନ୍ଦ୍ର ଜେନା, ଡି.ଆଇ.ପି.ଆର.ଓ. ଯଶୋଦା ଗାଦୱା ଯୋଗ ଦେଇ ଥିଲେ।

ଚାଇଲ୍ଡଲାଇନ- କନ୍ଧମାଳ ର ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ସଭାପତିତ୍ବ କରିଥିଲେ | ଚାଇଲ୍ଡଲାଇନ ର କୋଡିନେଟର ରଂଜିତା କମ୍ପ ଧନ୍ୟବାଦ୍ ଦେଇଥିଲେ |