
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଠାରେ ହୋଇଥିବା ଧାନ ମଣ୍ଡି ରେ ଚାଷୀମାନେ କମ୍ ଏବଂ ଧାନ ମାଫିଆ ମାନେ ଅଧିକ। ପ୍ରକାଶ ଥାଉକି ଯେ ସେହି ଧାନ ମାନଙ୍କ ପାଇଁ ମୁଣ୍ଡ ର ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଦିନ ରାତି ଚାଷ କରି ରୁଣ ବାଢି କରି ଫସଲ ଅମଳ କରିଥାନ୍ତି। ହେଲେ ସେମାନଙ୍କ ଧାନ ମଣ୍ଡି କୁ ଆସି ପାରୁନାହିଁ।ଏବଂ ଯେଉଁ ଚାଷୀ ଙ୍କର ଦୁଇ ରୁ ତିନି ଏକର ଜମି ଚାଷ କରି ଦୁଇ ଶହ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଧାନ ମାନେ ଲୋକଙ୍କ ନାଆରେ ମିଛ ଭାଗ ଚାଷୀ ମାନଙ୍କ ଯାଲିଆତି ତାଲିକା ପ୍ରସ୍ତୁତ କରି ଟୋକେନ କରି ଥାନ୍ତି।ଏବଂ ଯେଉଁ ଚାଷୀ ମାନଙ୍କ ପରିବାର ଚାଳିଷି ଏକର ଚାଷ ଜମି ଥାଇ ମଧ୍ୟ ମଣ୍ଡି କୁ ଧାନ ଆଣି ପାରୁ ନାହାନ୍ତି।କାରଣ ସେମାନଙ୍କ ର ଟୋକେନ କରା ଯାଇ ନାହିଁ। ସମସ୍ତ ଚାଷ ଜମି ର କାଗଜ ପତ୍ର ଦେଇ ମଧ୍ୟ ଟୋକେନ କରିବାରେ ବିଫଳ ହୋଇଛନ୍ତି ସମବାୟ ସମିତିର ଦାଇତ୍ଵ ରେ ଥିବା ଷ୍ଟାପ୍ ମାନେ। ଏବଂ ଧାନ ମାଫିଆ ମାନଙ୍କ ଟୋକେନ କିପରି ହୋଇ ଥିବା ସମସ୍ତ ଜନ ସାଧାରଣ ରେ ସୋମାଲଚନା ଚାଲିଛି। ତେଣୁ ନିଜସ୍ୱ ଚାଷ ଜମି ଥାଇ ମଧ୍ୟ ଧାନ ବିକ୍ରି କରିପାରୁଥିବା ମଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବଂ ଧାନ ମାଫିଆ ମାନେ କିଲୋ ଧାନ ଦଶ ଟଙ୍କା ରେ କିଣି ଧାନ ମଣ୍ଡି ରେ ଦେଇ ମାଲାମାଲ ହୋଉ ଛନ୍ତି।ତାର ତଦନ୍ତ କରି ପ୍ରକୃତ ଚାଷୀ ମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ରୁଣୁ ରୁ ମୁକ୍ତ କରା ଯାଉ।ଏବଂ ଧାନ ଦଲାଲ ମାନଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୁଦ୍ଧି ଜୀବି ମହଲରେ ସୋମାଲଚନା ଚାଲିଛି।


