Sunday, November 15, 2026
Home ଜିଲ୍ଲା ଗୁଣପୁର ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ

ଗୁଣପୁର ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ

40

ଗୁଣପୁର,(ରାମନାଥ ମହାନ୍ତି): ମହାବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଓ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ମହାବିଦ୍ୟାଳୟ ପରିସରରେ ସ୍ଥିତ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଛାତ୍ରଛାତ୍ରୀମାନଙ୍କୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରାଷ୍ଟ୍ରଚରିତ୍ର ଓ ବ୍ଯକ୍ତିଚରିତ୍ର ମଧ୍ୟରୁ ରାଷ୍ଟ୍ରଚରିତ୍ରର ଗୁରୁତ୍ୱ ଅଧିକ ବୋଲି ମତ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଏ ଉପରେ ଦୀର୍ଘ 50 ମିନିଟର ଏକ ଭିଡିଓ ଉପସ୍ଥାପନ କରିଥିଲେ ।

ଅଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ସେବା ଯୋଜନା ଓ ଏନସିସିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶଶିଭୂଷଣ ମହାନ୍ତି, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେବପ୍ରସାଦ ପାଢ଼ୀ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।