Sunday, November 15, 2026
Home ଆଞ୍ଚଳିକ ମହାନ୍ ବିପ୍ଲବୀ ଚକରା ବିଷୋୟୀ ଜୟନ୍ତୀ ପାଳିତ

ମହାନ୍ ବିପ୍ଲବୀ ଚକରା ବିଷୋୟୀ ଜୟନ୍ତୀ ପାଳିତ

47

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ ଚକରବିଷୋୟୀ ଛକ ଠାରେ ବୀର ସ୍ୱାଧୀନତା ସଂଗ୍ରମି ତଥାବିପ୍ଲବୀ ନେତା, ପ୍ରଥମ ଘୁମୁସର ଅଞ୍ଚଳ ର ଲଢୁଆ ନେତା, ଜନନାୟକ, ବୀରତ୍ୱ ର ଗାଥା ସାରା ଦୁନିଆକୁ ବଞ୍ଚିଥିବା ସମୟରେ ଏବଂ ଦେହତ୍ୟାଗ କରିବା ପରେ ମଧ୍ୟ ସମସ୍ତଙ୍କ ହୃଦୟରେ ଏଯାବତ ରହିଥିବା ସଂଗ୍ରାମୀ ର ଜନ୍ମଜୟନ୍ତୀ କୁ ବୀରତ୍ୱ ର ଦିନ ରେ ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାରେ ପାଳିତ ହୋଇଛି |

ଉପସ୍ଥିତ ସଭାରେ ସ୍ଥାନୀୟ ପ୍ରଶାସନ ଅଧିକାରୀଗଣ ଙ୍କ ଭିତରେ ଉପଜିଲ୍ଲା ପାଳ ସମେତ ସୂଚନା ଏବଂ ଲୋକସଂପର୍କ ବିଭାଗ ଅଧିକାରୀ, ଆଇନଜୀବି, ପୃବର୍ତନ କବିସମ୍ରାଟ ମହାବିଦ୍ୟାଳୟ ର ଅଦକ୍ଷ, ନୂତନ ଅଦକ୍ଷ, ବିଜ୍ଞାପିତ ଅଞ୍ଚଳ ର କନିଷ୍ଠଯନ୍ତ୍ରୀ, ବିଶିଷ୍ଟ କବି ତଥାସମାଜସେବୀ, ପରିବହନ ଅଧିକାରୀ, ଚକରାବିଷୋୟୀ କଲଚୁରାଲ ଏକାଡେମୀ ର ସମସ୍ତ କର୍ମୀ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ସାମ୍ବାଦିକ ବନ୍ଧୁ, ଜନସାଧାରଣ ଙ୍କୁ ନେଇ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାସହ ସ୍ଲୋଗାନ ମାଧ୍ୟ୍ୟମରେ ଅତିଥି ମାନଙ୍କୁ ସଭାସ୍ଥାନ କୁ ସ୍ୱାଗତ କରାଯାଇଥିଲା |

ସ୍ଥାନୀୟ କଳାକର ମାନେ ବୀର ସଂଗୀତ ଗାନ କରିଥିଲେ. ଅତିଥି ମାନେ ନିଜ -ନିଜ ର ଭାଷଣ ରେ ଚକରବିଷୋୟୀ ଗୁଣଗାନ କରିଥିଲେ. ସମସ୍ତ ଉପସ୍ଥିତ ଜନସାଧାରଣ ପ୍ରତିଜ୍ଞା କରିଥିଲେ ଆଗାମୀ ଦିନରେ ଚକରାବିଷୋୟୀ ଙ୍କ ବଳିଦାନକୁ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ସେମିନାର, ପିଲାଙ୍କ ପାଠ୍ୟକ୍ରମ, ନାଟକ ଇତ୍ୟାଦି ମଧ୍ୟମରେ କିପରି ଆଉରି ବେଶୀ ପ୍ରଚାର-ପ୍ରସାର କରିବାସହ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିବା ସେଥିପାଇଁ କର୍ମକରିବା କୁ ସଂକଳ୍ପ କରିଥିଲେ |