Friday, November 13, 2026
Home ଆଞ୍ଚଳିକ ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା

ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା

19

ଦିଗପହଣ୍ଡି, (ଏସଏମପି): ଆଜି ସକାଳେ ଗଜପତି ରୁ ମୋହନା କୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ନିକଟରେ ଏକ ପୋଲ ଉପରେ ଯାଉଥିବା ସମୟରେ ଘନ କୁହୁଡି ହେତୁ ଚାଳକ କୁ କିଛି ଦେଖା ନଯିବାରୁ ପୋଲ ପାର୍ଶ୍ୱରେ ଥିବା କାଁଥ ରେ ଧକ୍କା ଖାଇ ବସ ର ସମ୍ମୁଖ ଭାଗ ପୋଲ ତଳକୁ ଝୁଲି ରହିଛି।

ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀଙ୍କୁ ନିରାପଦ ରେ ଉଦ୍ଧାର କରା ଯାଇଥିବା ବେଳେ ବସଟିକୁ ରାସ୍ତା ଉପରକୁ ଅଣା ଯିବାକୁ ଉଦ୍ୟମ ଜାରି ରହିଛି।