
ବ୍ରହ୍ମପୁର,(ଇ .ରଞ୍ଜନ): ବ୍ରହ୍ମପୁର ସହରରେ କିଛି ମଦ୍ୟପଙ୍କୁ ପ୍ରଚୁର ମଦ ପାନ ପାଇଁ ଟଙ୍କା ଆବଶ୍ୟକତା ପଡୁଛି l ଟଙ୍କା ଦେବା ପାଇଁ ବାଧ୍ୟ କରନ୍ତି ନଦେଲେ ହାଣିଦେବା ଘଟଣା ଆଜି ବିଜିପୁର ବନ୍ଦ ନିକଟରେ ଘଟିଛି l
ବିଜିପୁର ହରିଜନ ସାହିର ମୁନା ଦାସ ନାମକ ଯୁବକ ନିଶାଶକ୍ତ ରେ ଆସି ବନ୍ଦ ନିକଟରେ ଥିବା ଏକ ଉଠା ଗାଡି ଗେରେଜ ଦୋକାନୀ ଶ୍ରୀକାନ୍ତ ପାଢୀ ନାମକ ଯୁବକ ଙ୍କୁ ପୂର୍ବରୁ ଟଙ୍କା ମାଗୁଥିଲେ କିନ୍ତୁ ଗେରେଜ ଦୋକାନୀ ନଦେବା ରୁ ଶନିବାର ପ୍ରାୟ ଅପରାହ୍ନ ସମୟରେ ନିଶା ଶକ୍ତରେ ଆସି ୧00ଟଙ୍କା ଦାବି କରିଥିଲେ ନଦେବା ରୁ ଧାରୁଆ ଅସ୍ତ୍ର ସାହାଯ୍ୟ ରେ ହାଣିଥିଲେ l
ସ୍ଥାନୀୟ ଲୋକେ ଥାନା ରେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶ୍ରୀକାନ୍ତ ଙ୍କୁ ଚିକିତ୍ସା ପାଇଁ ସିଟି ହସ୍ପିଟାଲ ନେଇଥିବା ବେଳେ ମୁନା କୁ ଥାନା କୁ ନେଇ ତଦନ୍ତ ଚଳାଉଛନ୍ତି




