
ଆସିକା,(ଜ଼ିଲ୍ଲା ଖବର):ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ତା ୦୭-୦୨-୨୦୨୧ ରିଖ ଦିନ ଆସିକା ଠାରେ ଗଞ୍ଜାମ ଜିଲ୍ଲା ନବନିର୍ମାଣ ମଞ୍ଚର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକର ଅନୁଷ୍ଠିତ ହୋଇ ଯାଇଥିଲା l
ଅପରାଜିତା ଷଡ଼ଙ୍ଗୀ ଛଅ ଫେବୁଆରୀ ରାତ୍ର ଠାରୁ ସାତ ଫେବୁଆରୀ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ସକାଳ ୭:୩୦ ମିନିଟ ସମୟରେ ଚାହା ଖଟି ପବ୍ଲିକ ସହ ଚାହା ଦୋକାନରେ ଉପସ୍ଥିତ ହେବା ସହ ମା ଖମ୍ବେଶ୍ବରୀ ଦେବୀ ଦର୍ଶନ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ, ସାମ୍ବାଦିକ ସମ୍ମିଳନୀ ଅପରାହ୍ନ ୩:୦୦ଘଣ୍ଟା ସମୟ ରେ,ନିଜସ୍ୱ ମହିଳା ସଂଗଠନ
“ଅଜିତା “ର ଜିଲ୍ଲା କର୍ମକର୍ତ୍ତାଙ୍କ ସହ ବୈଠକ, ଅପରାହ୍ନ ୪:୦୦ ଘଣ୍ଟା ସମୟରେ, ସାନ୍ଧ୍ୟ ୫:00 ଘଣ୍ଟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ସନ୍ଧ୍ୟା ୬:00 ଘଣ୍ଟା ସମୟ ରେ ବୃଦ୍ଧି ଜୀବି ସମ୍ମିଳନୀ କାର୍ଯ୍ୟକ୍ରମ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ l ସମସ୍ତ କାର୍ଯ୍ୟ ସମାପନ କରି ଭୁବନେଶ୍ୱର ସନ୍ଧ୍ୟା ୭:00 ଘଣ୍ଟାରେ ପ୍ରତ୍ୟାବର୍ତ୍ତନ କରିବେ l
ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ନବନିର୍ମାଣ ମଞ୍ଚ, ଅପରାଜିତା କାର୍ଯ୍ୟକ୍ରମ ସଂଯୋଜକ ଓ ବିଜେପିର ବହୁ କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ଯୋଗ ଦେଇ ଥିଲେ ଏହି ପ୍ରସ୍ତୁତି ବୈଠକରେ ଅପରାଜିତା କାର୍ଯ୍ୟକ୍ରମ ସଂଯୋଜକ ବସନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା l
ଏଥିରେ ଭୁବନେଶ୍ୱରରୁ ଅପରାଜିତା କାର୍ଯ୍ୟକ୍ରମ ସଂଯୋଜକ ଜୀବନ ସାହୁ, ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲିକ, ମୌସମୀ ମହାପାତ୍ର, ସ୍ମିତା ସିଂ, ଯୋଗ ଦେଇ ଥିବା ବେଳେ, ଗଞ୍ଜାମ ଜିଲ୍ଲାର ଗୋପାଳ ସ୍ୱାଇଁ, ସୁଜାତା ନାୟକ, ଅମ୍ବିକା ପଣ୍ଡା,
ଶେତ୍ୱ ପ୍ରସାଦ ଦୋରା, ଶ୍ରୀନିବାସ ଭଞ୍ଜ, ଗୋଲକ ପରିଡା, ସୁକାନ୍ତ ଦାଶ, ସୁଧାକର ରାଉତ, ସୁନୀଲ ପ୍ରଧାନ, ରାମ ମହାରଣା, ମିଟୁ ନାହାକ, ଦିନ ବନ୍ଧୁ ସାହୁ, ଉମା ପ୍ରଧାନ, ଦେବାନନ୍ଦ ମହାପାତ୍ର, ବିକାଶ ଆଚାର୍ଯ୍ୟ, ପ୍ରମୁଖ ଶତାଧିକ ସଂଖ୍ୟାରେ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l




