Tuesday, October 13, 2026
Home ଜିଲ୍ଲା କନ୍ଧମାଳ ପୋଲିସକୁ ଦେଖି ଚମ୍ପଟ ମାରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା କାର

ପୋଲିସକୁ ଦେଖି ଚମ୍ପଟ ମାରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା କାର

34

ବାଲିଗୁଡା,23/01(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଧୁଙ୍ଗିଆ ଦିଆ ଘାଟିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ପୋଲିସ ଧୁଙ୍ଗିଆଦିଆ ଘାଟିରେ ଛକି ବସିଥିଲା | ପୋଲିସକୁ ଦେଖି ଗଞ୍ଜାଇ ମାଫିଆମାନେ ଗାଡ଼ିକୁ ବୁଲାଇବା ବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରୁ ଡ୍ରାଇଭର ଓ ଅନ୍ୟ ଜଣେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ଓ ଜଣେ ମହିଳା ଙ୍କୁ ନୂଆ ଗାଁ ପୋଲିସ କାବୁ କରିଛି।

କାର ମଧ୍ୟରୁ ୮୭ କେଜି ଚୋରା ଗଞ୍ଜେଇ ଜବତ କରିବା ସହ କାରଟିକୁ ଜବତ କରିଥିଲା କ.ନୂଆଗାଁପୋଲିସ। ଗାଡି ର ନମ୍ବର OR 02 AY 7287 ବୋଲି ଜଣା ପଡିଛି | କେଶ ନମ୍ବର 07/22 ଏକ ମାମଲା ରୁଜୁ କରି ମହିଳା କୁ ପୋଲିସ କୋର୍ଟ ଚାଲାଣ କରିଛି |