
କବିସୂର୍ଯ୍ୟନଗର,(ଏସଏମପି): ସମଗ୍ର ଓଡିଶା ର ଭୌଗଳିକ ଚିତ୍ର ତଥା ଲୋକ ସଂଖ୍ୟା ଅନୁଯାୟୀ ଗଞ୍ଜାମ ସର୍ବ ବୃହତ ଜିଲ୍ଲା ଅଟେ. ଆସିକା, ଶେରଗଡ଼, କବିସୂର୍ଯ୍ୟନଗର, ବୁଗୁଡ଼ା, ପୋଲସରା, ହିଞ୍ଜିଳି, ଧରାକୋଟ, ଏହି ସାତ ଟି ବ୍ଲକ ର କେନ୍ଦ୍ର ସ୍ଥଳୀ ଆସିକା ହୋଇଥିବା ବେଳେ ଭୌଗୋଳିକ, ସାମାଜିକ, ପ୍ରଶାସନିକ, ଗମନା ଗମନ ସବୁ ଦୃଷ୍ଟି ରୁ ଲୋକଙ୍କ ସୁବିଧା ପାଇଁ ଆସିକା ଠାରେ ରାଜସ୍ବ ଉପଖଣ୍ଡ କାର୍ଯ୍ୟାଳୟ ଖୋଲିବା ପାଇଁ “ଭାରତୀୟ ବିକାଶ ପରିଷଦ”ର ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ,
ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କୁ ସାତ ଟି ତହସିଲଦାର ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି. ଏହି ଆନ୍ଦୋଳନ ରେ ଆଇନଜୀବୀ ସଙ୍ଘ, ବଣିକ ସଙ୍ଘ, ଙ୍କ ସମେତ ସବୁ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ଦାବୀ ପୂରଣ ପାଇଁ ସମର୍ଥନ ଦେଇଥିବା ଜଣା ଯାଇଛି |
ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ କାର୍ଯ୍ୟାଳୟ କୁ ଯାତାୟାତ ରେ ଅସୁବିଧା ର ସମ୍ମୁଖୀନ ହେବା ପରେ ମୌଳିକ ସୁବିଧା ପାଇଁ ତୁରନ୍ତ ସରକାର ଆସିକା ଠାରେ ଉପଖଣ୍ଡ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବୀ ଜୋର ଧରିଲାଣି | ଏହି ପରିପ୍ରେକ୍ଷୀରେ ଆଜି କବିସୂର୍ଯ୍ୟନଗର ବିଡ଼ିଓ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି |




