
ବ୍ରହ୍ମପୁର,(କୁନା ମିଶ୍ର): ବିନାୟକ ଆଚାର୍ଯ୍ୟ ଯୁବକ ସଙ୍ଘ ତରଫରୁ ସ୍ଥାନୀୟ ଆସ୍କା ରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ଉଚ୍ଚବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁମୋଦନ କ୍ରମେ ସ୍କୁଲର ଛାତ୍ର ମାନଙ୍କୁ କରୋନା ସଚେତନତା ବାର୍ତ୍ତା ସହ ମାସ୍କ ବଣ୍ଟନ କରାଯାଇଥିଲା।
ଏଥିରେ ବିଦ୍ୟାଳୟ ର ପୂର୍ବତ୍ତନ ଛାତ୍ର ସନାତନ ସାହୁ,ମଧୁସୂଦନ ସାହୁ, ରଞ୍ଜନ କୁମାର ସାହୁ, କାଳିଆ ଜେନା, ଗୈରୀ ସାହୁ,ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନ କରିଥିଲେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳ ବାସିନ୍ଦା ଉପସ୍ଥିତ ରହି ଏହିକାଯ୍ୟକ୍ରମ କୁ ପରିଚାଳନା କରିଥିଲେ।



