
ଚନ୍ଦ୍ରପୁର,୨୨-୧(କୈଳାଶ ମାଳବିଶୋଈ): ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ବ୍ଲକ ଚନ୍ଦ୍ରପୁର ସବୁ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥାଏ।କେତେବେଳେ ଗଞ୍ଜେଇ,ଦେଶୀ ମଦ,ଜଙ୍ଗଲଜାତ ଦ୍ରବ୍ୟ ଚୋରା ଚାଲାଣ ତ କେତେବେଳେ ସରକାରୀ କର୍ମଚାରୀଙ୍କ ଅବହେଳା -ଅନୁପସ୍ଥିତ,ଠିକାଦାର ଯନ୍ତ୍ରୀଂକ ମଧୁଚନ୍ଦ୍ରିକା,ନିମ୍ନ ମାନର କାର୍ଯ୍ୟ,କାର୍ଯ୍ୟ ନକରି ଫଲସ ବିଲ ଉଠାଣର ରୋଚକ ଖବରମାନ ସହିତ ଅପହଞ୍ଚ ଇଲାକା,ଅନ୍ଧାରୀ ଇଲାକାର ନାଁ ମଧ୍ୟ ଅର୍ଜନ କରିଥାଏ।ଆଜି ଖୋଦ ଚନ୍ଦ୍ରପୁର ସଦର ମହକୁମାରେ ଥିବା ଚନ୍ଦ୍ରପୁର ଉନ୍ନୟନର ମୁଖ୍ୟ କାର୍ଯ୍ୟାଳୟ ବ୍ଲକ ଅଫିସକୁ ନେଇ ଏହି ଘଟଣାର ସୂତ୍ରପାତ।
ବ୍ଲକର ଆବଶ୍ୟକତାକୁ ଲକ୍ଷକରି ୨୦୧୫/୧୬ଆର୍ଥିକ ବର୍ଷରେ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ଉପର ମହଲାରେ ଅତିରିକ୍ତ ବିଲ୍ଡିଂ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବାଧାନ ରେ ଚାଲିଥିବା ବେଳେ ପ୍ରଥମ ଦଫାରେ ୨୦ଲକ୍ଷ ଓ ପରେ ପୁଣି ଦ୍ଵିତୀୟ ଦଫାରେ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇ ଖର୍ଚ୍ଚ କରା ଯାଇଥିବା ସେବେଠୁ ଏପର୍ଯ୍ୟନ୍ତ ଥିବା ବିଡ଼ିଓ ଜର୍ଜ ଡୁଙ୍ଗୁଡୁଙ୍ଗୁ ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ ଅବଗତ କରାଇଥିଲେ।କିନ୍ତୁ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟ ସରୁନି, କେବେ ସରିବ? ଉତ୍ତରରେ ବିଡ଼ିଓ କହିଲେ ଆମେ ଅବଶିଷ୍ଠ କାର୍ଯ୍ୟର ଏଷ୍ଟିମେଟ ସରକାରଙ୍କୁ ପଠାଇଥିଲୁ ତା’ମଧ୍ୟରୁ ଏବେ ୨୫ଲକ୍ଷ ଟଙ୍କା ଆସିଛି।ଶୀଘ୍ର କାମ ଆରମ୍ଭ ହୋଇ ସାରିବାର ବ୍ୟବସ୍ଥା ଚାଲିଛି।
ସାଧାରଣରେ କଥା ଉଠୁଛି ଯଦି ନିଜେ ବିଭାଗ କାର୍ଯ୍ୟ ସାରିବା ପାଇଁ ଏତେ ବର୍ଷ ନେଉଛି ତେବେ ଏହାକୁ ଟେଣ୍ଡର କରି ଠିକାଦାର ଅବା ଏଜେନ୍ସିକୁ ନଦେଲା କାହିଁକି।ଏଥିରେ କିଛି ରହସ୍ୟ ଅଛିକି?ସେହିପରି ଚନ୍ଦ୍ରପୁରରେ ନିର୍ମାଣାଧୀନ ଗୋଦାମ ଘର ବର୍ଷକ ପୂର୍ବରୁ ଆରମ୍ଭ ହୋଇ ଛାତ ଲେବୁଲରେ ଅଟକି ପଡିଛି।ଏବିଷୟକୁ ନେଇ ବିଡ଼ିଓ,ଏଇ,ଜେଇ ସମସ୍ତେ ପାଟି ଫିଟାଉ ନାହାନ୍ତି।ଚନ୍ଦ୍ରପୁର ବ୍ଲକର ନୂତ୍ତନ ସାରକିମା ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ମଧ୍ୟ ଅଧାପାନ୍ତରିଆ ଅବସ୍ଥାରେ ଲଟକିଛି।ଏ ସମସ୍ତ ବିଷୟକୁ ନେଇ ପଂଚାୟତ ସମିତି ଅଧକ୍ଷା ସଞ୍ଜିତା ପ୍ରଟୀଙ୍ଗାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ବ୍ଲକ ଅତିରିକ୍ତ ଗୃହ,ଗୋଦାମ ଓ ସାରକିମା ପଂଚାୟତ ଅଫିସ ନିର୍ମାଣର ମନ୍ଥରତାକୁ ନେଇ ବିଡ଼ିଓଙ୍କ ସହିତ ଆଲୋଚନା ସମୟରର ତାଙ୍କର ବ୍ୟବହାର ବହୁତ ଖରାପ ଥିଲା।
ସେ ସାରକିମା ପଂଚାୟତ କାର୍ଯ୍ୟାଳୟ ନିର୍ମାଣରେ ଏପର୍ଯ୍ୟନ୍ତ ସିଏଫ୍ସି ଯୋଜନାରେ ୧୫ଲକ୍ଷ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦ଲକ୍ଷ ଟଙ୍କା ଖର୍ଚ ହୋଇଥିବା ଯାଣିଛନ୍ତି।ତେବେ ଉପରିସ୍ଥ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଅଧକ୍ଷା ଯୋଗାଯୋଗ କରିଛନ୍ତି ଓ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଉପରିସ୍ଥ ଅଧିକାରୀମାନେ ପ୍ରତିକ୍ଷେତ୍ରରେ ତତ୍ପରତା ପ୍ରକାଶ ନକଲେ ଉନ୍ନୟନ ଆଗକୁ ବଢିବ ନାହିଁ।କିନ୍ତୁ ଚନ୍ଦ୍ରପୁରରେ ପ୍ରଶାସନ ଓ ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ କାରଣରୁ ଅନେକ କାର୍ଯ୍ୟ ଠପ ହୋଇ ପଡି ରହୁଛି।ଦେଖାଯାଉ ଏହି ବ୍ଲକର ଏହି ଅଧାପାନ୍ତରିଆ କାର୍ଯ୍ୟ କେବେ ସରୁଛି।





