
ଭୁବନେଶ୍ୱର,(ଆଇପିଆର): ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଏବଂ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆସନ୍ତା କାଲି (୨୩ ଜାନୁୟାରୀ ୨୦୨୧) ଆୟୋଜିତ ହେବ। ଏହି ଅବସରରେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯିବା ସହିତ ଅପରାହ୍ନରେ ଜୟଦେବ ଭବନ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହେବ।


