
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ଠାରେ ଘରେଇ ଵସ୍ ମାଲିକ ସଂଘ ତରଫରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏଥିରେ କଲେଜ ଛାତ୍ର ଓ ଛାତ୍ରୀ, ଡ୍ରାଇଭର ସଙ୍ଘ ,ଅଟୋ ସଙ୍ଘ ଓ ଵସ୍ ମାଲିକ ମାନଙ୍କ ପରିଚାଳନା ରେ ଏକ ରାଲି ବାଲିଗୁଡ଼ା ଆଦିବାସୀ କଲେଜ ଠାରୁ ଆରମ୍ଭ ହୋଇ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଉପଖଣ୍ଡ କଳାକାର ସଂଘ ଓ ସଚେତନତା ରଥ ସହ ଆଦିବାସୀ କଲେଜର ଛାତ୍ର ଛାତ୍ରୀ ଓ ଲୋକଙ୍କ ହାତରେ ପ୍ଲା କାର୍ଡ ଧରି ଵସଷ୍ଟାଣ୍ଡ ପର୍ଯ୍ୟନ୍ତ” ସଡ଼କ ସୁରକ୍ଷା ଜୀବନ ରକ୍ଷା” ଏହି ସ୍ଲୋଗାନ ରେ ଆସିଥିଲେ ।

ସଡ଼କ ସୁରକ୍ଷା ସଚେତନ କର୍ଯ୍ୟକ୍ରମ ସଭା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା । ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏଥିରେ ଉପଖଣ୍ଡ କଳାକାର ସଂଘ, ତହସିଲଦାର ଶଶାଙ୍କ ପାତ୍ର ଓ ଜିଲ୍ଲା ପରିବହନ ଅଧିକାରୀ ଦୁତିକୃଷ୍ଣ ସାମନ୍ତରାୟ,ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ ।
ଏଥି ନିମନ୍ତେ ଆୟୋଜିତ ଏକ ସାଧାରଣ ସଭାରେ ଫୁଲବାଣୀ ଆଞ୍ଚଳିକ ପରିବହନ ଅଧିକାରୀ ଦୂତିକୃଷ୍ଣ ସାମନ୍ତରାୟ, ତହସିଲଦାର ଶଶାଙ୍କ ପାତ୍ର, ବାଲିଗୁଡ଼ା ନଗର ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ବାଲିଗୁଡ଼ା ପ୍ରକଳ୍ପ ଅଧିକାରୀ, କଲେଜ ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟ, ଘରୋଇ ବସ ମାଲିକ ସମ୍ପାଦକ ରବିଚନ୍ଦ୍ର ପାତ୍ର ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା ପ୍ରଭୁତି ଉପସ୍ଥିତ ରହି ସଡକ ସୁରକ୍ଷା ଉପରେ ମତାମତ ଦେଇଥିଲେ ।
ବୈଠକରେ ସମ୍ପାଦକ ରବି ଚନ୍ଦ୍ର ପାତ୍ର ସଂଯୋଜନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋଶଦା ଗାଦବା, ସମେତ ପୋଲିସ କର୍ମଚାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ସଡ଼କ ସୁରକ୍ଷା ସଭାରେ ଉପସ୍ଥିତ ମାନ୍ୟ ଗନ୍ୟ ବ୍ୟକ୍ତିମାନେ ଅତି ସୁନ୍ଦର ଭାବେ ସଚେତନା ବାର୍ତା ପ୍ରଦାନ କାରିଥିଲେ ।








