
ଭଦ୍ରକ,(ଏସ ଏମ ପି): ଭଦ୍ରକ ଜିଲ୍ଲାର ବାସୁଦେବପୁର ସାବରପୁର ଗାଁର ବାପା ମା ଛେଉଣ୍ଡ ଚାରୋଟି ଅସହାୟ ପିଲା ରହୁଛନ୍ତି । ଦୁଇ ବର୍ଷ ତଳେ ମା ଙ୍କ ଅଜଣା ରୋଗରେ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ବାପା କିଡନୀ ରୋଗରେ ପୀଡିତ ଥିଲେ ।
ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଆବଶ୍ୟକ ଥିଲା କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ଚିକିତ୍ସା ଚିକିତ୍ସା ହୋଇପାରିଲା ନାହିଁ ଶେଷରେ ତାଙ୍କ ବାପା ବି ଆର ପାରିକି ଚାଲିଗଲେ। ସେ ପାଠ ପଢା ଛାଡିଦେଲେ । ଯେଉଁ ବୟସରେ ପିଲାମାନେ ନିଜ ହାତରେ ଖାଇବା ଶିଖି ନାହାନ୍ତି ଓ ଖେଳ କୁଦରେ ଜୀବନ ବିତାଇବା କଥା ସେଇ ବୟରେ ରୋଷେଇ ବାସ କରି ସାନ ଭାଇ ଭଉଣୀଙ୍କ କଥା ବୁଝିଲେ ।
ମା ଙ୍କ ନାରେ ଥିବା ରାସନ କାର୍ଡ ରେ ଚଳୁଛନ୍ତି ୪ ପ୍ରାଣୀ କୁଟୁମ୍ବ। ଏହି ରାସନ କାର୍ଡ ରେ କଣ ଚାରି ପିଲାଙ୍କ ଗୁଜରଣ ମେଣ୍ଟି ପାରିବ । ବେଳେ ଖାଇଲେ ଦୁଇ ବେଳା ଉପାସ ରହୁଛନ୍ତି। ସରକାର ତଫରରୁ ବି ଏପର୍ଯ୍ୟନ୍ତ କିଛି ସହାୟତା ଯୋଗାଇ ନାହାନ୍ତି ।
ଆଜି ସାମାଜିକ ସହାୟତା ଗୋଷ୍ଟି ତରଫରୁ ସେଠାକୁ ଯାଇ ତାଙ୍କୁ ଦେଖା କରି ତାଙ୍କ ଭଲମନ୍ଦ ବୁଝିଥିଲେ ଏବଂ ଗୋଟେ ମାସର ଘରୋଇ ରାସନ ସାମଗ୍ରୀ ଦେବା ସହ ତାଙ୍କ ଘର ଭାଙ୍ଗି ଯାଇଥିବା କାରଣ ରୁ ପଲିଥିନ ଦିଆଦେଇଥିଲେ ଏବଂ ତା ସହିତ ସଂଗଠନ ତରଫରୁ ପ୍ରତିଶ୍ରୁତି ଦେଇଥିଲେ କି ଅଗାମି ଦିନରେ କିପରି ସରକାରଙ୍କ ଦ୍ୱାରା ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳି ପାରିବ ।
ଏହି କାର୍ଯ୍ୟରେ ସଙ୍ଘଠନର ଉପ ସଭାପତି ସାଇ ବାଦଲ ଏବଂ ସହଯୋଗ କରିଥିଲେ , ଅମର ପାତ୍ର, ସଂଗ୍ରାମ ବେହେରା, ପବିତ୍ର ବାରିକ ତାଙ୍କ ସହକର୍ତା ଯୋଗଦେଇ କାମଟିକୁ ସୁଚାର ରୂପେ ପାଳନ କରିଥିଲେ । ଏହି କାର୍ଯ୍ୟରେ ସଂଗଠନର ମୁଖ୍ୟ ମାନସ କୁମାର ବାରିକ ଏବଂ ଶ୍ୱେତା ରାଉଳଙ୍କ ତତ୍ତ୍ୱ ଅବଧାନରେ କରାଯାଇଥିଲା |




