Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରଥପରିକ୍ରମା ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟମନ୍ଦିର ନିର୍ମାଣ ପରିପେକ୍ଷୀରେ

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରଥପରିକ୍ରମା ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟମନ୍ଦିର ନିର୍ମାଣ ପରିପେକ୍ଷୀରେ

25

ଜଟଣୀ,୨୧/୦୧/୨୦୨୧:(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟମନ୍ଦିର ନିର୍ମାଣଲାଗି ଗୁରୁବାର ଜଟଣୀ ବିଶ୍ୱହିନ୍ଦୁ ପରିଷଦ ଓ ଭାଜପାର ମିଳିତ ସହଯୋଗରେ ଜଟଣୀ ସହରର ବିଭିନ୍ନ ଅଂଚଳରେ ଶ୍ରୀରାମରଥ ପରିକ୍ରମା ଏବଂ ନିଧୀ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଖୁଦୁପୁର ଛକଠାରେ ଶ୍ରୀରାମରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଜଟଣୀ ନଗର ଓ ଗ୍ରାମାଚଂଳରେ ଏହି ରଥ ପରି୍‌କ୍ରମା କରିଥିଲା । ଏଥି ସହିତ ନିଧୀ ସଂଗ୍ରହ କାର୍ଯ୍ୟ ମଧ୍ୟ କରାଯାଇଥିଲା । ପୁର୍ବାହ୍ନ ସାଢେ ୮ଟାଠାରୁ ସ୍ଥାନୀୟ ଖୁଦୁପୁର ଠାରୁ ବାହାରି ସଂଧ୍ୟା ୫ଟା ମଧ୍ୟରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ସଂଧ୍ୟା ଆଳତି କରାଯାଇଥିଲା ।

ସେହିପରି ଏହି ରଥ ରେତଙ୍ଗକଲୋନୀ, ରାଜାବଜାର, ଥାନାଛକ ସହିତ ପରିକ୍ରମା କରିବା ସହିତ ସଂଧ୍ୟା ସାଢେ ୭ଟା ମଧ୍ୟରେ ହରିଭାଇନା ଛକ ପରିକ୍ରମା କରିଥିଲା । ଆଜି ବିଭିନ୍ନ ଅଂଚଳରେ ବୁଲିଥିବା ବେଳେ ଏହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ଭାଜପାର ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା, ରାଜ୍ୟପ୍ରବକ୍ତା ସୁଦିପ୍ତ ରାୟ, ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ, ବିଜୟ ସ୍ୱାଇଁ, ତିରୁପତୀ ଶତପଥୀ, ସତିଶ ଶର୍ମା,ଅରବିନ୍ଦ ନାୟକ,ରଶ୍ମିମୟୀ ପଟ୍ଟନାୟକ, ରୋଶନ ସାହୁଙ୍କ ସହିତ ଶତାଧୀକ ଜଟଣୀଭାଜପା କର୍ମି ଯୋଗଦାନ କରିଥିଲେ ।