
ଜଟଣୀ,୨୧/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଭୂବନେଶ୍ୱର ବିଡିଏ ଅଧିନରେଥିବା ଜଟଣୀ ପୈାରପରିଷଦର କେତେକ ଅଂଚଳରେ ସହର,କଲୋନୀ ତଥା ବିଭିନ୍ନ ଗଳିକନ୍ଦିର ପରିଚୟ ପାଇଁ ମାଗଦର୍ଶି ନାହିଁ । ଫଳରେ ବିଭିନ୍ନ ଅଂଚଳରୁ ଆସିଥିବା ଅନେକବ୍ୟକ୍ତି ବାଟବଣା ହେଉଛନ୍ତି । ରାଜଧାନୀ ବିଭିନ୍ନ ଗଳିକନ୍ଦିରେ ମାର୍ଗଦର୍ଶିତାଲାଗି ଫଳକ ଲଗାଯାଇଥିବା ବେଳେ ଜଟଣୀ ସହରରେ ଏପର୍ଯ୍ୟନ୍ତ ସୁଚନା ଫଳକ ଲାଗିପାରି ନାହିଁ ।
ତେବେ ଏହାକୁ ଉପଲବ୍ଧୀ କରି ଜଟଣୀ କଲେଜ ସମୁଖରେ ଥିବା ଏକ ନୂତନ କଲୋନୀଅଂଚଳରେ ଚିଠିପତ୍ର, କୋରୀୟର ଏବଂ ଠିକଣା ପାଇବା ନିମନ୍ତେ ସମସ୍ୟାରେ ପଡୁଥିବା ନେଇ ନାମ ଫଳକ ଲଗାଯାଇଛି । ଏହି କଲୋନୀ ଅଂଚଳରେ ରହିଥିବା ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ କୃପାସିନ୍ଧୁ ଶତପଥୀଙ୍କ ନାମାନୁସାରେ କୃପାସିନ୍ଧୁ ମାର୍ଗ ନାମିତ କରାଯାଇଛି । କ୍ରିଡାବିତ ହେମନ୍ତ କୁମାର ସୁନ୍ଦରାୟଙ୍କ ସହଯୋଗରେ ଏହି ଫଳକ କୃପାସିନ୍ଧୁଙ୍କ ନାମରେ ଏହି ମାର୍ଗର ଉଦଘାଟନ କରାଯାଇଛି । ଏନେଇ ଉକ୍ତ କଲୋନୀ ଅଂଚଳର ଶତାଧୀକ ମହିଳା ଓ ପୁରୁଷ ଯୋଗଦେଇଥିଲା
ବେଳେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କଲୋନୀର ବୟୋଜ୍ୟୋଷ୍ଠ ବ୍ୟକ୍ତି ଶରତ ଶତପଥୀ, ବରିଷ୍ଠ ସମାଜସେବିକା ସୁରମା ଶତପଥୀ, ହରେକୃଷ୍ଣ ଜେନା, ଅନନ୍ତ ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜଟଣୀ ସହରରେ ରହିଥିବା କେତେକ ଅଂଚଳକୁ କ୍ରିଡାବିତ ହେମନ୍ତ ସୁନ୍ଦରାୟ ନାମ ଫଳକ ଲଗାଇ ଏକ ସ୍ୱତନ୍ତ୍ର ପରିଚୟ କରିଥିବା ଦେଖିବାକୁ ମିଳିଛି ।
ଆଜି ଏହି ଫଳକର ଉଦଘାଟନ ପରେ କଲୋନୀବାସୀମାନେ ଉତ୍ସାହିତ ହୋଇଥିବା ଜଣାପଡିଛି । ଏହିପରି ଜଟଣୀ ସହରରେ ରହିଥିବା ସମସ୍ତ କଲୋନୀ ଓ ଗଳିକନ୍ଦିକୁ ପରିଚିତ କରିବାଲାଗି ପୈାରପରିଷଦ ପକ୍ଷରୁ ଏଭଳି ବ୍ୟବସ୍ଥାର ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି ।




