Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଅଖିଳଭାରତୀୟ ଷ୍ଟେସନମାଷ୍ଟର ସଂଘର ଆହ୍ୱାନ

ଅଖିଳଭାରତୀୟ ଷ୍ଟେସନମାଷ୍ଟର ସଂଘର ଆହ୍ୱାନ

14

ଜଟଣୀ,୨୧/୦୧/୨୦୨୧:(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ରେଳବିଭାଗର ଷ୍ଟେସନମାଷ୍ଟର ଦାୟିତ୍ୱ ହେଉଛି ଏକ ଗୁରୁଦାୟିତ୍ୱ । ଏଥିରେ ବ୍ୟତିକ୍ରମ ହେବାଦ୍ୱାରା ହଜାରହଜାର ଜନଜିବନ ଉପରେ କୁପ୍ରଭାବ ପଡିବା ସହିତ ସମାନ ହୋଇଥାଏ । ତେବେ ଏପରି ଗୁରୁଦାୟିତ୍ୱ ତୁଲାଉଥିବା କର୍ମଚାରୀମାନଙ୍କଲାଗି ସରକାର ସ୍ୱତନ୍ତ୍ର ଏହିଭତାର ସୁବ୍ୟବସ୍ଥା କରିଛନ୍ତି । ରେଳପଥ ପ୍ରଶାସନ ଦ୍ୱାରା ୪୬,୬୦୦ଟଙ୍କାରୁ ଉର୍ଦ୍ଧ୍ୱମୂଳ ବେତନ ଉପରେ ରାତ୍ରୀକାଳିନ ଭତାଉପରେ ସିଲିଂ ବ୍ୟବସ୍ଥା ଲାଗୁକରିବା ଫଳରେ ପ୍ରାୟ ସମସ୍ତ ଷ୍ଟେସନମାଷ୍ଟରମାନଙ୍କ ସହିତ ଅନ୍ୟରେଳ କର୍ମଚାରୀମାନେ ମଧ୍ୟ ରାତ୍ରୀକାଳିନ ସେବାଯୋଗାଇଦେବା ସତ୍ୱେ ଭତାପାଇବାରୁ ବଚିଂତ ହେଉଛନ୍ତି ।

ଫଳରେ କର୍ମଚାରୀମାନେ ଆର୍ଥିକ କ୍ଷତି ସହୁଛନ୍ତି । ଅନ୍ୟପଟେ ବିଗତଦିନରେ ଅଖିଳଭାରତୀୟ ଷ୍ଟେସନମାଷ୍ଟର ସଂଘର ଆହ୍ୱାନକ୍ରମେ ସର୍ବଭାରତୀୟ ସ୍ତରରେ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ଅକ୍ଟୋବର ମାସ ୧୫ ତାରିଖରେ ମହମବତୀ ଜାଳି ପ୍ରତିବାଦ କରାଯାଇଥିବା ବେଳେ ଅକ୍ଟୋବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି କଳାପଟି ପରିଧାନ କରି ଶାନ୍ତିପୁର୍ଣ୍ଣ ପ୍ରତିବାଦ କରିଆସିଛି । ସେହିପରି ଅକ୍ଟୋବର ୩୧ ତାରିଖ ପୁର୍ବାହ୍ନଠାରୁ ସଂଧ୍ୟା ୬ଟା ତଥା ୧୨ ଘଂଟିଆ ଶାନ୍ତିପୁର୍ଣ୍ଣ ପ୍ରତିବାଦ କରିଥିଲା ବେଳେ ସେହିବର୍ଷ ନଭେମ୍ବର ୨୫ ତାରିଖରେ ମଣ୍ଡଳମୂଖ୍ୟ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସି ପ୍ରତିବାଦ କଳାଦିବସର ଇତିହାସରେ ଲିପିବଧ ହୋଇ ରହିଛି ବୋଲି କହିଛନ୍ତି ।

ହେଲେ ଏଥିରେ କୈାଣସି ଫଳପ୍ରଦ ହୋଇପାରି ନାହିଁ । ତେଣୁ ଆଗାମୀ ଦିନରେ ଯଦି ଏହିଦାବି ପୁରଣ କରାନଯାଏ ତେବେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟହେବୁ ବୋଲି ଅଖିଳଭାରତୀୟ ଷ୍ଟେସନମାଷ୍ଟର ସଂଘର ଖୋଦ୍ଧାରୋଡ ମଣ୍ଡଳ ମଣ୍ଡଳସମ୍ପାଦକ ଗଗନ ବିହାରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପୃଷ୍ଟି, ମଣ୍ଡଳ ଅର୍ଥସଚିବ ଆଶିର୍ବାଦ ବେହେରା, ପ୍ରତାପ ଚନ୍ଦ୍ର ସାମଲ, ବିମଲ ଶଙ୍କର ମିଶ୍ରଙ୍କ ସହିତ ୮୦ରୁ ଉର୍ଦ୍ଧ୍ୱ ଷ୍ଟେସନମାଷ୍ଟରମାନେ ଯୋଗଦେଇଥିଲେ । ଏନେଇ ଆଜି ରେଳପ୍ରବନ୍ଧକ ଓ ବରିଷ୍ଠ କାର୍ମିକ ଅଧିକାରୀଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।