Sunday, November 15, 2026
Home ଆଞ୍ଚଳିକ ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ମୂର୍ତ୍ୟୁ ଘଟଣା, ସୁମଣ୍ଡଳ ଠାରେ ଘଟଣା ର ଅନୁଧ୍ୟାନ କଲେ...

ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ମୂର୍ତ୍ୟୁ ଘଟଣା, ସୁମଣ୍ଡଳ ଠାରେ ଘଟଣା ର ଅନୁଧ୍ୟାନ କଲେ ବି ଜେ ପି ନେତୃବର୍ଗ

38

ବେଗୁନିଆପଡା:21/01(ଦେବାଶିଷ ମହାରଣା):ଗତକାଲି ଅର୍ଥାତ ବୁଧବାର ସକାଳ ସମୟରେ ସୁମଣ୍ଡଳ ଛକରେ ବେଗୁନିଆପଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ଙ୍କୁ ବର୍ବୋରଚିତ ହତ୍ୟାକାଣ୍ଡ ଘଟଣା ରେ ଗୁରୁବାର ବିଜେପି ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଇ ସ୍ବର୍ଗତ ଦେବରାଜ ଙ୍କ ମୁର୍ତ୍ୟୁ ରେ ଦୁଃଖ ପ୍ରକାଶ କରିବା ସହ ଘଟଣା କୁ ଘୋର ନିନ୍ଦା କରାଯାଇଛି |

ସୂଚନା ଯୋଗ୍ୟ ଯେ ବୁଧବାର ସକାଳ 8 ଘଟିକା ସମୟରେ ଦେବରାଜ ସାହୁ ସୁମଣ୍ଡଳ ଛକ ଚା ଦୋକାନରେ ଚା ପିଉଥିବା ସମୟରରେ କିଛି ଦୁର୍ବୁର୍ତ୍ତ ଦେବରାଜ ଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ | ରାଜନୀତିର ସକ୍ରିୟ ସଦସ୍ୟ ଙ୍କୁ ଏପରି ବିଭତ୍ସ ହତ୍ୟା ଘଟଣା କୁ କଠୋର ଭାଷାରେ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ପ୍ରତିନିଧି ମଣ୍ଡଳୀ |

ବାରମ୍ବାର ଗଞ୍ଜାମ ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି କୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲିକ |ସେହିପରି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ର ଅପାରଗତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଅନିତା ସୁଭଦର୍ଶିନୀ ପଟ୍ଟନାୟକ | ଗଞ୍ଜାମ ଜିଲ୍ଲା ର ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ପରିସ୍ଥିତି ଓ ବି ଜେ ଡି ଅନ୍ତର୍କନ୍ଦଳ ର ଅନ୍ତ କେବେ ଏ ନେଇ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି କବିସୂର୍ଯ୍ୟନଗର ବି ଜେ ପି ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ |

ପରେ ପରେ ସମସ୍ତ ପ୍ରତିନିଧି ଦଳ ସ୍ବର୍ଗତ ଦେବରାଜ ସାହୁଙ୍କ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି |ଏହି ପ୍ରତିନିଧି ଦଳ ରେ ବି.ଜେ.ପି ପକ୍ଷରୁ ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ବେଗୁନିଆପଡା ମଣ୍ଡଳ ସଭାପତି ସୁଦର୍ଶନ ସାହୁ,ଅନିଲ ପଣ୍ଡା, ନାରାୟଣ ସୁମନ୍ତରାୟ,ଅଙ୍ଗାର ଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ୱାଇଁ,ସୀମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ |