
ବେଗୁନିଆପଡା:21/01(ଦେବାଶିଷ ମହାରଣା): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ବାଲିବଣ ଠାରେ ନବ ନିର୍ମିତ ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହ ଙ୍କ ମନ୍ଦିର ବୁଲି ଦେଖିଲେ ବିଜେପି ର ବରିଷ୍ଠ ନେତୃବୃନ୍ଦ |
ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଶ୍ରୀ ଗୋକୁଳାନନ୍ଦ ମଲିକ,ଉପସଭାପତି ପ୍ରଭାକର ପଣ୍ଡା,ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର,
କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ଶ୍ରୀ ରଞ୍ଜନ ପଲେଇ, ଜିଲ୍ଲା ସମ୍ପାଦକ ଶ୍ରୀ ସଞ୍ଜୟ ଘୋଷ ପ୍ରମୁଖ ମନ୍ଦିର ପରିଦର୍ଶନ କରି ଶନିଶ୍ଚର ମହାଗ୍ରହ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ମନ୍ଦିର ନିର୍ମାଣ ର ଅଗ୍ରଗତି ନେଇ ସମସ୍ତ ନେତୃବୃନ୍ଦ ଖୁସି ବ୍ୟକ୍ତ କରିବା ସହ ଏହାକୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ଶ୍ରୀ ମଲିକ ନିଜସ୍ୱ ମତ ରଖିଥିଲେ |


