Home ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ଉପରେ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ

ସାମାଜିକ ସୁରକ୍ଷା ଯୋଜନା ଉପରେ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ

30

ସୁନ୍ଦରଗଡ଼, ୨୧ ଜାନୁୟାରୀ ୨୦୨୧(ବିଶ୍ବରଂଜନ ହୋତା) : କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ମାନଦଣ୍ଡ ଅନେକାଂଶରେ ଭୁଶୁଡି ପଡିଛି । ଏହି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଅଣ୍ଟା ଭିଡିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ।

ଏହି ପରିପ୍ରେକ୍ଷୀରେ ଆଜି ତା. ୨୧.୦୧.୨୦୨୧ ରିଖ ଦିନ ହେମଗିର ବ୍ଲକ ଅନ୍ତର୍ଗତ କନକତୁରା ଗ୍ରାମର ଗୋଟିଏ କେନ୍ଦ୍ର ଠାରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଟଘଊଚ (ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ) ତଥା ୠଋଝ (ଫାଉଣ୍ଡଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି) ର ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ହେମଗିର ବ୍ଲକ ଅନ୍ତର୍ଗତ କନକତୁରା, ସାନଘୁମୁଡା ଓ ଲଇକେରା ଗ୍ରାମ ପଂଚାୟତର ସରପଂଚ, ୱାର୍ଡ ସଭ୍ୟ ସଭ୍ୟା, ଆଶା ଆଙ୍ଗନୱାଡ କର୍ମୀ, ଗାଁ ସାଥୀ ଏବଂ ସ୍ୱୟଂ ସହାୟକ ଗୋÂୀର ମହିଳା ମାନେ ଅଂଶଗ୍ରହଣ କରିଥିଲେ ।

ଅଂଶ ଗ୍ରହଣକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଯଥା- ବିଭିନ୍ନ ଭତ୍ତା, ଖାଦ୍ୟ ନିରାପତ୍ତା, ମାତୃମଙ୍ଗଲ ଯୋଜନା, ମମତା ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା, ମୋ ଉପକାରୀ ବଗିଚା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତଥା ବିଭିନ୍ନ ବୀମା ଯୋଜନା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜୁଗଲ କିଶୋର ଦାସ ପ୍ରଶିକ୍ଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ବେଦବ୍ୟାସ ଧୃଆ (ପ୍ରକଳ୍ପ ସଂଯୋଜକ, ସେବକ) କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦେ୍ଧଶ୍ୟ ଉପରେ ଆଲୋକପାତ କରିଥିଲେ । ସେବକର ବର୍ଷା ସାହୁ, ସନ୍ତୋଷୀ ବାଗ ଏବଂ ସୁଶାନ୍ତ କୁମାର ତାଣ୍ଡିଆ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଳାଇଥିଲେ ।