
ରାୟଗଡା,{ପ୍ରସନ କୁମାର ପଣ୍ଡା}: ସ୍ଥାନୀୟ ହୋଟେଲ୍ ତେଜସ୍ଵୀ ସମ୍ମିଳନୀ ପ୍ରକୋଷ୍ଠରେ ଗୁରୁବାର ଦିନ ପ୍ରେସ୍ ୟୁନିୟନ ର ପଞ୍ଚମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ହୋଇଯାଇଛି ଏହି ଉତ୍ସବ ରେ ପ୍ରେସ୍ ୟୁନିୟନ ର ସଭାପତି ଶ୍ରୀ ଦୟାନନ୍ଦ ଖାଡଙ୍ଗା ଙ୍କ ସଭାପତିତ୍ବରେ ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଜଗତ ର ନାଥ ଜଗନ୍ନାଥଙ୍କ ଓ ମା ମଝିଘରିୟାଣି ଫଟ ରେ ପୁଷ୍ପ ମାଲ୍ୟ ଅପଣ କରି ଦ୍ବୀପ ପ୍ରଜ୍ଜଳନ କରିଥିଲେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗାୟତୀ ନଗର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୃଛ ଦେଇ ସ୍ବାଗତ ଜଣାଇଥିଲେ ଓ ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ ,ସଂଘ ର ସାଧାରଣ ସଂପାଦକ ଶ୍ରୀ ଶିବାଜୀ ଦାସ ବାଷିକ ବିବରଣୀ ପାଠ କରିବା ସହ କରୋନା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ସଂଧାଜଳୀ ଗ୍ୟପନ କରିଥିଲେ,ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକତଥା ଓଡ଼ିଶା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ଅଭିଭାଷଣ ରେ କହିଥିଲେ ରାୟଗଡା ମାଟି ଏକ ପବିତ୍ର ମାଟି ଏହି ମାଟି ରେ ଜନ୍ମ ଗ୍ରହଣ କରିଥିବା ବରପୁତ୍ର ମାନଙ୍କୁ ନମସ୍କାର କରି କହିଥିଲେ ଆମ ସରକାର ପକ୍ଷୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପଶୁ ଓ ଜନ ଗଣନା କରିପାରୁଥିବା ବେଳେ ଆମ ରାଜ୍ୟ ରେ କେତେ ଜଣ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଗଣନା କରିପାରୁନଥିବା ଏକ ବିଡମ୍ବନା ଓ ଦୁର୍ଭାଗ୍ୟ ବୋଲି କହିଥିଲେ
ସାମ୍ବାଦିକମାନଙ୍କୁ ଦୃବଳ କରିବା ସଂପାଦକ ମାନଙ୍କୁ ଦାୟୀ ବୋଲି ସେ ଏକ ଜ୍ଵଳନ୍ତ ଉଦାହରଣ ଦେଇଛନ୍ତି ସେ କହିଥିଲେ ଯଦି ଜଣେ ସାମ୍ବାଦିକ ଖବର ପ୍ରସାରଣ କରିବାକୁ ଖବର କାଗଜ କୁ ପଠାଏ ଯଦି ସେ ଦିନ କୌଣସି ବିଗ୍ୟପନ ଥାଏ ସଂପାଦକ ମାନେ ଆଗ ବିଜ୍ଞାପନ ପକାଇ ନ୍ୟୁଜ କୁ ଚାପି ଦେଇଥାନ୍ତି, ମୁଖ୍ୟ ବକ୍ତା ଭାବରେ ଖୋଲାଫଦ ର ସଂପାଦକ ଶ୍ରୀ ବିମଳ କୁମାର ଭଞ୍ଜ ଦେଓ ଯୋଗ ଦେଇ କହିଥିଲେ କ୍ଷୁଦ୍ର ସମ୍ବାଦ ପତ୍ର ମଧ୍ୟ ସେହି ମୂଲ୍ୟ ପରାକାଷ୍ଠା ବହନ କରିଥାଏ ପାଠକ ଙ୍କ ଭିତରେ ରହିଥିବା ଭାତ୍ରଧାରଣା ଯୋଗୁ କ୍ଷୁଦ୍ର ସମ୍ବାଦ ପତ୍ର ଗୁଡିକ କୁ ହେୟ ମନେ ନକରି ତାହା ମଧ୍ୟ ରେ ଥିବା ବିଷୟ ବସ୍ତୁ ସମାଜ ରେ ତାହାର ପ୍ରଭାବ ହୃଦୟଙ୍ଗମ କଲେ ଯାଇ ପତ୍ରିକା କୁ କ୍ଷୁଦ୍ର କୁହାଯାଉଥିବା ମୂଲ୍ୟ ଦେଉନଥିବା ଧାରଣା ସମ୍ପୁର୍ଣ୍ଣ ଭାବେ ବଦଳୀ ଯିବ ଏ କଥା କୁ କିଏ କାଟି ନ ପାରିବେ ଓ ଏହି ବିଷୟ ରେ ଅନେକ ଉଦାହରଣ ରହିଛି ପାଠକ ମାନେ ଅନୁଧ୍ୟାନ କଲେ ଜାଣି ପାରିବେ ବୋଲି ଶ୍ରୀ ଭଞ୍ଜ କହିଛନ୍ତି,ସମ୍ମାନୀତ ଅତିଥି ଭାବେ ସମ୍ମଦୃଷ୍ଠି ର ସଂପାଦକ ଶ୍ରୀ ବିଘ୍ନେଶ୍ବର ସାହୁ ଯୋଗ ଦେଇ ପ୍ରେସ୍ ୟୁନିୟନ ସମାଜ ମଂଗଳ କାର୍ଯ୍ୟ କୁ ପ୍ରଶଂସା କରିଥିଲେ ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ, ଅନ୍ୟତମ ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚ ର ଉପସଭାପତି ଶ୍ରୀ ବିଜୟ କୁମାର ପରିଡା ଯୋଗ ଦେଇ ବକ୍ତବ୍ଯ ପଦାନ କରିଥିଲେ, ଶେଷରେ ସାମ୍ବାଦିକ ଶ୍ରୀ ରଶ୍ମିରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ର ସଭ୍ୟ ମାନେ ଉତ୍କଳ ଆଲୁମିନିୟମ କମ୍ପାନୀ ଜେକେ କାଗଜ କାରଖାନା ଓ ଇମ୍ଫା ର ଲୋକ ସମ୍ପର୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ ସାମ୍ବାଦିକ ଓ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପେସ୍ ୟୁନିୟନ ର ସାମ୍ବାଦିକ ଶ୍ରୀ ସୁରେଶ ଚନ୍ଦ୍ର ଦାସ ସରୋଜ କୁମାର ସାହୁ ରାଜେଶ ମହାନ୍ତି ପରମାନନ୍ଦ ସାହୁ ସଂଘ ର ସମସ୍ତ ସଭ୍ୟ ମାନେ ପରି ଚାଳନା କରିଥିଲେ।













