
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ମହାସିଙ୍ଗି ପଂଚାୟତ ସୁରୁବାଲି ଜଙ୍ଗଲ ରେ ବେଆଇନ ଭାବେ ଚାଷ ହୋଇଥିବା ଗଂଜେଇ ଗଛ ନଷ୍ଟ କରାଯାଇଛି l ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ ମହାସିଙ୍ଗି ପଂଚାୟତ ର ବିଭିନ୍ନ ଜଙ୍ଗଲ ଚଢ଼ାଉ କରି ଗଂଜେଇ ଚାଷ ନଷ୍ଟ କରାଯାଇଛି l
ମୋଟ 80 ଏକର ରୁ ଉର୍ଦ୍ଧ ପ୍ରାୟ 8 କୋଟି ଟଙ୍କା ର ଗଂଜେଇ ଗଛ ସମ୍ପୃର୍ଣ ଭାବେ ପୋଡି ନଷ୍ଟ କରାଯାଇଛି l ତେବେ ବାଲିଗୁଡା ଥାନା ଅଂଚଳର ବିଭିନ୍ନ ଜଙ୍ଗଲ ରେ ଗଂଜେଇ ଗଛ ନଷ୍ଟ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଅଭିନାଶ ଶଙ୍କର l
ଏହିଗଂଜେଇ ଗଛ ନଷ୍ଟ ଅଭିଯାନ ରେ ବାଲିଗୁଡା ଥାନା ପୋଲିସ, ଅବକାରୀ ବିଭାଗ ସମେତ ସ୍କ୍ୱାଡ଼ ମଧ୍ୟ ଉପସ୍ଥିତ ଥିଲେ |



