
ବ୍ରହ୍ମପୁର,(ଏସଏମପି): ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଧରାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ ହୋଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ମରିଚ ଗୁଣ୍ଡ କାରବାର ହେଉଥିବାର ପୋଲିସକୁ ଖବର ମିଳିଥିଲା । ଯାହାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ବଡ଼ବଜାର ଥାନା ପାଣ୍ଡବନଗର ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛି ।
ପୂର୍ବରୁ ଏଠାରେ ନକିଲି ହଳୀଦ ଓ ମରିଚ ଗୁଣ୍ଡ ପ୍ରସ୍ତୁତି ନେଇ ଗୋସାଣିନୂଆଗାଁ ପୋଲିସ ନିକଟରେ ଅଭହିଯୋଗ ହୋଇଥିଲା । ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।


