
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ସମସ୍ତ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଙ୍ଘ ଦେଇଥିବା ଡାକରାରେ ରାୟଗଡା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତିବାଦ ସ୍ୱରୂପ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା କରୋନା ଟୀକା କୁ ବର୍ଜନ କରିବା ସହ ସେମାନଙ୍କ ପୂର୍ବରୁ ରାଜ୍ୟ ସରକାର ଙ୍କୁ ଦିଆ ଯାଇଥିବା ଦାବି ଶୀଘ୍ର ପୂରଣ ନ କଲେ ଆଗାମୀ ଫେବୃଆରୀ ମାସ 01 ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଦେଇଛନ୍ତି |
ଚେତାବନି ଅପରପକ୍ଷେ ସ୍ଵାସ୍ତ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମାନେ ସୁସ୍ଥ ଓଡିଶା ଗଠନ ରେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବେ ବୋଲି ରାଜ୍ୟ ସରକାର ଙ୍କୁ ଅପିଲ କରିଛନ୍ତି । ଏହି ଅବସର ରେ ପ୍ରତି ସ୍ଵାସ୍ତ୍ୟ କେନ୍ଦ୍ର ର ମୁଖ୍ୟ ସ୍ୱାମୀ ସ୍ୱାସ୍ଥ୍ୟ ଅଧିକରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।


