
କୁକୁଡାଖଣ୍ଡି,(ବିଜୟ କୁମାର ଗୌଡ଼): କିରୋସିନ ଢାଳି ନବଵିବାହିତ ଝିଅ ମୁର୍ତ୍ୟୁବରଣ ଅଭିଯୋଗରେ ମୃତକଙ୍କ ସ୍ୱାମୀକୁ ପୋଲିସ ଅଟକ ରଖିଛି। ସଦରଥାନା ଅନ୍ତର୍ଗତ ଜି.ଜଗନ୍ନାଥପୁର ରେ ଭଡାଘରରେ ରହି ଆସୁଥିଲେ ନବବିବାହିତା ଦମ୍ପତି l ଦୁଇବର୍ଷ ପୂର୍ବରୁ ଉଭୟ ବିବାହ କରିଥିଲେ ଉଭୟଙ୍କ ଘର ନିମଖଣ୍ଡି ଅଞ୍ଚଳ ଥିବା ଜଣାପଡିଛି l
କୌଣସି କାରଣ ରୁ ୧୦ ତାରିଖ ରବିବାର ଦିନ ନିଜଦେହରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କରୁଥିବା ବେଳେ ସ୍ୱାମୀ ଚିତ୍କାର ଶୁଣି ଦୌଡ଼ି ଆସିଥିବା ବେଳେ ତାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକା ଜଳି ଯାଇଥିଲା ସେଠାରୁ ବ୍ରହ୍ମପୁର ଏମ.କେ.ସିଜି ମେଡିକାଲ ନେବା ପରେ ଅବସ୍ଥା ଗୁରୁତର ହୋଇ ରହିଥିଲା ତାଙ୍କର ଗତ ଶନିବାର ଦିନ ମୁର୍ତ୍ୟୁ ଘଟିଥିଲା l ଘଟଣା ଘଟିବାପରେ ଝିଅର ଭାଇ କଟକ ରୁ ଆସି ସଦର ପୋଲିସଥାନା ରେ ସ୍ବାମୀ ପ୍ରଦୀପ ତାଙ୍କ ସ୍ତୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ମୃତକଙ୍କ ସ୍ବାମୀ କୁ ଅଟକ ରଖି ତଦନ୍ତ ଚଲାଇଥିବା ଥାନା ଅଧିକାରୀଣି ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି।



