
କୁକୁଡାଖଣ୍ଡି,(ବିଜୟ କୁମାର ଗୌଡ଼): ସଦରଥାନା ଅନ୍ତର୍ଗତ ଡେଙ୍ଗାପଦର ଛକ ନିକଟ ଏକ ସ୍ଥାନରୁ ମଙ୍ଗଳବାର ସୂର୍ଯ୍ୟ ଉଦୟ ପୂର୍ବରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ସଦରଥାନା ପୋଲିସ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚୁରା କରୁଛି।ଦୈନିକ ମଜୁରିଆ ଭାବେ କାମକରୁଥିବା ଡେଙ୍ଗାପଦର ଗ୍ରାମର ରବିପ୍ରଧାନ(୨୮) ସୋମବାର ରାତ୍ର ସମୟରେ ନିଜ ଘରପାଖର ଜଣେ ବ୍ୟକ୍ତି ଙ୍କୁ ବ୍ରହ୍ମପୁର ବସଷ୍ଟାଣ୍ଡରେ ଛାଡିବାକୁ ଯାଇଥିଲେ ପରେ ତାଙ୍କର କିଛି ପତା ମିଳିନଥିଲା।
ମଙ୍ଗଳବାର ପାହାନ୍ତିଆରେ କିଛି ବ୍ୟକ୍ତି ତାଙ୍କୁ ମୃତଦେହ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତି କରାଯାଇଥିଲା ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ମୃତଦେହ ନିକଟରେ ତାଙ୍କ ବାଇକ ପଡିରହିଥିଲା। ସଦରଥାନା ରେ ଅଭିଯୋଗ କରିଥିଲେ।
ସଦରଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ର ବୁଧବାର ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିଥିଲେ।



