Home ଅପରାଧ ଆସିକା ପୋଲିସ ପକ୍ଷରୁ ବିଭିନ୍ନ ମଦ ଆଡ୍ଡା ଉପରେ ଚଢାଉ ଓ ଦୁଇ ଗିରଫ

ଆସିକା ପୋଲିସ ପକ୍ଷରୁ ବିଭିନ୍ନ ମଦ ଆଡ୍ଡା ଉପରେ ଚଢାଉ ଓ ଦୁଇ ଗିରଫ

56


ଆସିକା, ୩୦/୯ (ଜ଼ିଲ୍ଲା ଖବର): ଦୁର୍ଗା ପୂଜା ପାର୍ବଣ ପୂର୍ବରୁ ଅସାମାଜିକ ଓ ଚୋରା ମଦକୁ ନିୟନ୍ତ୍ରଣ ରଖିବା ପାଇଁ ଆସିକା ଅଚଂଳର ବିଭିନ୍ନ ସ୍ଥାନରେ ଚଢାଉ କରି ଆସିକା ପୋଲିସ ୩ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ୧୧୫ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣା କରାଯାଇଥିବା ଜଣାଯାଇଛି ।

ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅବାଧରେ ବ୍ୟାପକ ଚୋରା ମଦ ଆଡ୍ଡା ଓ ବିକ୍ରି ହେଉଥିବା ଜୟପୁର ଗ୍ରାମରେ ଚଢାଉ କରି ବହୁ ଦିନ ଧରି ମଦ ବ୍ୟବସାୟ କରୁଥିବା ମନୋଜ କୁମାର ସାହୁଙ୍କ ଘର ଓ ଦୋକାନରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ପୋଲିସ ପକ୍ଷରୁ କେସ ୩୩୨/୧୯ ଦଫା ୫୨ ଅବକାରୀ ଆଇନରେ ଆସାମୀକୁ କୋର୍ଟଚାଲାଣ କରିଥିବା ବେଳେ ଅନୁରୁପ ଜୟପୁର ଗ୍ରାମର ଗଜେନ୍ଦ୍ର କୁମାର ସାହୁଙ୍କ ଠାରୁ ୨୫ ଲିଟର ଚୋରା ମଦ ଥାନା କେସ ନମ୍ବର୩୩୫/୧୯ ରୁଜୁ କରିଥିବା ବେଳେ ଜୟପୁର ପଚାଂୟତ ଅଧିନ ତାରାସିଂ ଗ୍ରାମରୁ ରାଜେନ୍ଦ୍ର କୁମାର ସାହୁଙ୍କ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରି ଥାନା କେସ ନମ୍ବର- ୩୩୪ /୧୯ ରୁଜୁ କରି ତିନି ଆସାମୀଙ୍କ ଠାରୁ ମୋଟ ୧୧୫ ଲିଟର ମଦ ଜବତ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ପ୍ରକାଶ ଥାଉକି ପଢାଳ, ଜୟପୁର,କେନ୍ଦୁପଦର,ତାରାସିଂ, ମଟାଂପଡା, ହରିଡାପଦର, ଭେଙ୍କଟରାଇପଲ୍ଲୀ,କୁମ୍ଭାରୀ, କୋଟିନଡା ନୂଆପଲ୍ଲୀ, କଲେଜ ଛକ ଅଚଂଳରେ ବିଭିନ୍ନ କାଠ କେବିନ ଓ ଗାଁ ଶେଷ ଚାଳ ଛଫର ଘର , ନଦୀ ହୁଡା,ଇଟାଭାଟି ଠାରେ ଅବାଧରେ ଚୋରା ମଦ ବିକ୍ରି ସହ ମଦ ବିକ୍ରିର ଆଡ୍ଡା ସ୍ଥଳ ସାଜିଛି । ଏହି ଅଚଂଳରେ ମଦ ବିଭିନ୍ନ ସ୍ଥାନକୁ ମଧ୍ୟ ପଠାଯାଉଛି ।

ସଂଜ ଉଇଁଲେ ଗ୍ରାମ ଛକ ଗୁଡିକରେ ମଦର ଆଡ୍ଡା ସାଙ୍ଗକୁ ଫାଷ୍ଟ ଫୁଡ ଖୋଲାଯାଉଛି । ଏଥିପାଇଁ ଏହି ଆଡ୍ଡା ଗୁଡିକରେ ଗଣ୍ଡଗୋଳ, ଚୋରୀ, ଦୁର୍ଘଟଣା ବୃଦ୍ଧି ପାଉଛି । ଏଥିପ୍ରତି ଅବକାରୀ ବିଭାଗ ଗ ୁରୁତ୍ୱ ଦେଉନଥିବା ବେଳେ ପୋଲିସ ନାମକୁ ମାତ୍ର ଦଶହରା ଚଢାଉ କରିଛି ।