
ଗୁଣୁପୁର,(ରାମନାଥ ମହାନ୍ତି): ନବମ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଉତ୍ସବ କମିଟି ର ଅଭ୍ଯର୍ଥନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ।
ଏହି ବୈଠକରେ ଆଜି ଚଳିତ ବର୍ଷ ଫେବ୍ରୁଆରୀ ୧୩ରେ ଗଙ୍ଗା ଆବାହନ କରାଯାଇ ୧୪ ରୁ ଆରମ୍ଭ କରି ଶ୍ରୀପଞ୍ଚମୀ ୧୬ ତାରିଖରେ ଉଦ୍ ଯାପିତ କରିବାକୁ ନିଷ୍ପତ୍ତି ହୋଇଥିଲା। ତିନିଦିନ ଉତ୍ସବ ରେ ୩୦ ଷ୍ଟଲ କରାଯିବା ସହ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରି କେବଳ ପାସ୍ ଧାରୀଙ୍କୁ ପ୍ରବେଶ କରାଇବାକୁ ନିଷ୍ପତ୍ତି ହୋଇଛି।
ସ୍କୁଲ ପିଲାଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗିତା, ସମସ୍ତ ଶୋଭାଯାତ୍ରା, ମେଗା କ୍ରୀଡା ଉତ୍ସବ ଇତ୍ଯାଦି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସୃଜନୀ, ସାହିତ୍ୟ ଚର୍ଚ୍ଚା, ବଂଶଧାରା ସ୍ମରଣିକା ଉନ୍ମୋଚନ ଇତ୍ଯାଦି କାର୍ଯ୍ୟକ୍ରମ କରାଯିବ ତେବେ ପ୍ରତିଯୋଗିତା ଗୁଡାକ ପାଇଁ ପଞ୍ଜିକରଣ ହବନି, ସୁଳ୍କ ନିଆଯିବନି ଓ ଅର୍ଥ ପୁରସ୍କାର ଦିଆଯିବନି ବୋଲି ସ୍ଥିର ହୋଇଛି।





