Monday, October 12, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ: ଚଳନ୍ତା ଅଟୋରୁ ବାଇକ୍‌ ଯୋଗେ ୨ଜଣ ଲୁଟେରା ଝାମ୍ପିନେଲେ ୫୦ ହଜାର ଟଙ୍କା

କନ୍ଧମାଳ: ଚଳନ୍ତା ଅଟୋରୁ ବାଇକ୍‌ ଯୋଗେ ୨ଜଣ ଲୁଟେରା ଝାମ୍ପିନେଲେ ୫୦ ହଜାର ଟଙ୍କା

91
skt

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ରେ ଗତକାଲି ସର୍ତ୍ତିଗୁଡ଼ା ର ସ୍ୱର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସଞ୍ଜୁକ୍ତା ବିଶ୍ୱାଳ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବାବଦକୁ କ.ନୂଆଗାଁ ଷ୍ଟେଟ୍‌ବ୍ୟାଙ୍କ ଯାଇ ଷ୍ଟେଟ୍‌ବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ଏକ ଅଟୋ ସାହାଯ୍ୟରେ ସ୍କୁଲକୁ ଫେରୁଥିଲେ ।

ସେହି ସମୟରେ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲରେ ଦୁଇଜଣ ଦୁବୃତ୍ତ ଦୃତ ଗତିରେ ଆସି କ.ନୂଆଗାଁ ଥାନା ଗୁଞ୍ଜିଗାଁ ନିକଟରୁ ଚଳନ୍ତା ଅଟୋରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ଟଙ୍କା ଥିବା ଭ୍ୟାନିଟି ବେଗ ଝାମ୍ପିନେଇ ଦାରିଙ୍ଗବାଡ଼ି ଆଡ଼କୁ ଚାଲିଯାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିକଟରୁ ଖବରପାଇ ସ୍ଥାନୀୟ ଲୋକ ଓ ସ୍କୁଲ୍‌ କର୍ମଚାରୀ ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକାଇ ପାରିନଥିଲେ ।

ଲୁଟେରାଙ୍କୁ ପିଛା କରିବାସହ କିରିକୁଟି ଗ୍ରାମବାସୀଙ୍କୁ ମଧ୍ୟ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ଉଭୟପଟୁ ଲୁଟେରାଙ୍କୁ ଚଢ଼ାଉ କରାଯିବା ଫଳରେ ଲୁଟେରା ଦୁଇଜଣ ଆଗକୁ ଯାଇନପାରି କିରିକୁଟି ନିକଟସ୍ଥ ଡଡୁବାଡ଼ା ଲଭର୍ସ ପଏଣ୍ଟ ରାସ୍ତାରେ ଜଙ୍ଗଲ ଭିତରକୁ ପଶିଯାଇଥିଲେ ।

ଆଗକୁ ରାସ୍ତା ନଥିବାରୁ ଜଙ୍ଗଲରେ ମୋଟରସାଇକେଲ ଛାଡ଼ି ଚାଲିଯାଇଥିଲେ ଲୁଟେରା ଦୁଇଜଣ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଜଣକ କ.ନୁଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୋଟରସାଇକେଲ ଜବତ କରିବା ସହିତ ଅଭିଯୋଗ ପ୍ରକାରେ ଖୋଳତାଳ ଆରମ୍ଭ କରିଛନ୍ତି |