
ନୂଆଦିଲ୍ଲୀ,(ପିଆଇବି):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ନତମସ୍ତକ ହୋଇଛନ୍ତି । ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ଅବସରରେ ମୁଁ ତାଙ୍କୁ ପ୍ରଣିପାତ କରୁଛି ।
ଏକ ନ୍ୟାୟପୂର୍ଣ୍ଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କର ଜୀବନ ପାଇଁ ଉତ୍ସର୍ଗୀକୃତ ଥିଲା । ସେ ତାଙ୍କ ସିଦ୍ଧାନ୍ତକୁ ପାଳନ କରିବାରେ ଅତୁଟ ଥିଲେ । ତାଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଆମେ ମନେ ପକାଉ ।
ମୋ ଉପରେ ଗୁରୁ ସାହିବଙ୍କ ଏକ ବିଶେଷ କୃପା ଅଛି ଯାହା ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର 350 ତମ ପ୍ରକାଶ ପର୍ବ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଘଟିଛି । ମୁଁ ପାଟନାରେ ହୋଇଥିବା ମହାନ ଉତ୍ସବକୁ ମନେ ପକାଉଛି, ଯେଉଁଠାରେ ମୋତେ ମଧ୍ୟ ମୋର ସମ୍ମାନ ଜଣାଇବାକୁ ସୁଯୋଗ ମିଳିଥିଲା” ।






