Wednesday, October 14, 2026
Home ଆଞ୍ଚଳିକ ମା ଶ୍ୟାମକାଳୀ ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ

ମା ଶ୍ୟାମକାଳୀ ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ

46

ହିଞିଳିକାଟୁ,୩୦/୯(ପ୍ରିୟବ୍ରତ ପଣ୍ଡା) : ରବିବାର ଠାରୁ ମା’ ଙ୍କ ନବରାତ୍ର ପୂଜା ମହା ଆଡମ୍ବରରେ ହିଞିଳିକାଟୁ ପୌର ପରିଷଦ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ନିକଟସ୍ଥ ମା ଶ୍ୟାମକାଳୀ, ଖରିଡା ନିକଟସ୍ଥ ମା କରେଇଶୁଣି, ଦଣ୍ଡକାଳୀ, ଗ୍ରାମଦେବୀ ଓ ଠାକୁରାଣୀ ମନ୍ଦିର ଗୁଡିକରେ ମାଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି ।

ଲଘୁଚାପ ଜନିତ ବର୍ଷାରେ ମଧ୍ୟ ବିଭିନ୍ନ ଗ୍ରାମ ଓ ସାହି ଗଳିକନ୍ଦିରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବାବେଳେ ଭକ୍ତମାନେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ଫୁଲ ,ବେଲପତ୍ର, ହଳଦୀ, କୁଙ୍କୁମ ଦ୍ୱାରା ମାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏଥିସହ ମା ଶ୍ୟାମକାଳୀ ମନ୍ଦିର ପରିସରରେ ହୁମଜଜ୍ଞ,ନାମଜଜ୍ଞ  ସହ ମାଙ୍କ ରୀତିନୀତି ଅନୁାୟୀ ପୂଜାର୍ଚ୍ଚନା କରାଯାଉଛି ।  ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅଷ୍ଟମୀ ପଯ୍ୟନ୍ତ ଚାଲୁରହିବା ବୋଳି କମିଟି ପକ୍ଷରୁ କୁହାଯାଇଛି ।