
ବେଗୁନିଆପଡା,(ଦେବାଶିଷ ମହାରଣା): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଠାରେ ରୁଷିକୁଲ୍ଯା ରୟତ ମହାସଭା ପକ୍ଷରୁ ସୋମବାର ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଚାଷୀ ଏକ ଶୋଭାଯାତ୍ରା କରି ଏହାର ପ୍ରତିବାଦ କରିବା ସହ ନୂତନ କୃଷି ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବେଗୁନିଆପଡ଼ା ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଚାଷୀଙ୍କ ଧାନ କିଣିବା ପାଇଁ ଉଚିତ ବ୍ଯବସ୍ଥା କରିବା, ଆଦିବାସୀ ଚାଷୀ ଙ୍କୁ ଗୋଷ୍ଠୀ ଅଧିକାର ଜମି ପ୍ରଦାନ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଯୋଗାଇ ଦେବା ଦାବିରେ ଚାଷୀନେତା ବିଜୟ ସ୍ବାଇଁ, ଜୋହନ୍ ସ୍ବାଇଁ, ଭାସ୍କର ନାୟକ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରୁଷିକୁଲ୍ଯା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ତଥା ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ଯୋଗ ଦେଇଥିଲେ। ବେଗୁନିଆପଡ଼ା ବ୍ଳକରେ ଧାନମଣ୍ଡିର ଅବ୍ଯବସ୍ଥା ଥିବା ଅଭିଯୋଗ ହୋଇଥିବା ବେଳେ ଏବଂ କେ.ରାଣୀପଡା ସମେତ ଅନେକ ଧାନମଣ୍ଡିରେ ଶହଶହ ସଂଖ୍ୟାରେ ଧାନ ବସ୍ତା ପଡିରହିଛି, କିନ୍ତୁ ପ୍ରଶାସନ ଉଠାଉ ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।
କାଳିମେଘି ଓ ଘୋଡାପଡା ପଞ୍ଚାୟତର ଆଦିବାସୀ ଗ୍ରାମ ଗୁଡିକରେ ପାନୀୟ ଜଳ, ପକ୍କା ସଡକ, ମନରେଗା କାର୍ଯ୍ୟ, ଆବାସ ଗୃହ, ଭତ୍ତା ଭଳି ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଯୋଗାଇ ଦିଆଯିବ ସେ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ଠାରୁ କୈଫିୟତ ତଲବ କରିଛନ୍ତି ଚାଷୀ ।
ସମସ୍ତ ଅଭିଯୋଗ କୁ ଦୃଷ୍ଟି ଦେଇ ସମାଧାନର ସୂତ୍ର ବାହାର କରିବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି |ଉକ୍ତ କାର୍ଯ୍ୟକ୍ରମ ରେ ନବକୃଷ୍ଣ, ଜୟସେନ,ଧବଳେଶ୍ୱର ମହାନ୍ତି, ନିର ମହାନ୍ତି,ଚିତ୍ତରଞ୍ଜନ ନାୟକ, ଚରଣ ମହାନ୍ତି,ସୁବାଷ ମହାନ୍ତି, ହାଡୁ ମହାନ୍ତି,ସୋଭା ବେହେରା, ନଳିନୀ ନାୟକ, କବିତା ଗୌଡ଼,ହୀନ ମହାପାତ୍ର, ଶ୍ରୀକର,ସୁଦର୍ଶନ ପ୍ରମୁଖ ଉପସ୍ଥିତ ଥିଲେ |


