
ଜଟଣୀ,୧୯/୦୧/୨୦୨୧,(ସଂଜୀବ କୁମାର): ଭୂବନେଶ୍ୱର ବିଡିଏ ଅଧିନରେଥିବା ଜଟଣୀ ପୈାରପରିଷଦର କେତେକ ଅଂଚଳରେ ସହର,କଲୋନୀ ତଥା ବିଭିନ୍ନ ଗଳିକନ୍ଦିର ପରିଚୟ ପାଇଁ ମାଗଦର୍ଶି ନାହିଁ । ଫଳରେ ବିଭିନ୍ନ ଅଂଚଳରୁ ଆସିଥିବା ଅନେକବ୍ୟକ୍ତି ବାଟବଣା ହେଉଛନ୍ତି ।
ରାଜଧାନୀ ବିଭିନ୍ନ ଗଳିକନ୍ଦିରେ ମାର୍ଗଦର୍ଶିତାଲାଗି ଫଳକ ଲଗାଯାଇଥିବା ବେଳେ ଜଟଣୀ ସହରରେ ଏପର୍ଯ୍ୟନ୍ତ ସୁଚନା ଫଳକ ଲାଗିପାରି ନାହିଁ । ତେବେ ଏହାକୁ ଉପଲବ୍ଧୀ କରି ଜଟଣୀର ବାଛରାପାଟଣା ଅଂଚଳରେ ରହିଥିବା ଏକ କଲୋନୀକୁ ଗୈାରୀନଗର ନାମରେ ନାମିତ କରିବାଲାଗି ଆଜି ଫଳକ ଲଗାଇ ଏହାର ଉଦଘାଟନ କରାଯାଇଛି ।
କ୍ରିଡାବିତ ହେମନ୍ତ କୁମାର ସୁନ୍ଦରାୟଙ୍କ ସହଯୋଗରେ ମହିଳା ସମାଜସେବୀ ଗୈାରୀ ସୁନ୍ଦରାୟଙ୍କ ନାମରେ ଏହି ମାର୍ଗର ଉଦଘାଟନ କରାଯାଇଛି । ଏନେଇ ବାଛରାପାଟଣା ଅଂଚଳର ଶତାଧୀକ ମହିଳା ଓ ପୁରୁଷ ଯୋଗଦେଇଥିଲା ବେଳେ ସମାଜସେବୀ ଗୈାରୀଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ଆଜି ଏହି ଫଳକର ଉଦଘାଟନ ପରେ କଲୋନୀବାସୀମାନେ ଉତ୍ସାହିତ ହୋଇଥିବା ଜଣାପଡିଛି । ଏହିପରି ଜଟଣୀ ସହରରେ ରହିଥିବା ସମସ୍ତ କଲୋନୀ ଓ ଗଳିକନ୍ଦିକୁ ପରିଚିତ କରିବାଲାଗି ପୈାରପରିଷଦ ପକ୍ଷରୁ ଏଭଳି ବ୍ୟବସ୍ଥାର ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି ।





