
ବିଷମକଟକ,{ପ୍ରସନ କୁମାର ପଣ୍ଡା}: ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଥର ଆରମ୍ଭ ହେଲା କୋଭିଡ୍ ଟୀକାକରଣ। ବିଷମ କଟକ ଗୋଷ୍ଟିଉନ୍ନୟନ ଅଧିକାରୀ ଟୀକାକରଣର ଶୁଭାରମ୍ଭ କରିବା ପରେ ଟୀକା ଦିଆଯିବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯିବାର କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ପାରାମେଡିକଲ ଷ୍ଟାଫ୍, ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ କରାଯାଇଛି।
ପରବର୍ତ୍ତୀ ସମୟରେ ବ୍ଲକ ଅନ୍ୟାନ୍ୟ ସମସ୍ତ ପଞ୍ଜିକୃତ ହିତାଧିକାରୀଙ୍କୁ ଟୀକା ଦିଆଯିବ ବୋଲି କହିଛନ୍ତିି ଗୋଷ୍ଟି ଉନ୍ନୟନ ଅଧିକାରୀ । ଏଥିପାଇଁ ସମସ୍ତ ଟୀକା କେନ୍ଦ୍ରରେ ପୂର୍ବରୁ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅପରପକ୍ଷରେ ପ୍ରଥମ କରି ଟୀକା ନେଇଥିବା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଟୀକା ନେଇ ଖୁସି ବ୍ୟକ୍ତ କରିବାସହ, ଟୀକା ନେବାରେ କୈାଣସି ସମସ୍ୟା ନାହିଁ, ଏଥିପାଇଁ ସମସ୍ତେ ଆଗକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।







