
ଆସିକା : ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସାଧନା ଭବନ କଲେଜ ଛକ ଆସିକା ଠାରେ ପିତାଶ୍ରୀ ପ୍ରଜାପିତା ବ୍ରହ୍ମl ବାବାଙ୍କ 53 ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲା ଜୋନ ଯୁବସଭାପତି ଶ୍ରୀଯୁକ୍ତ ନଚିକେତା ସ୍ୱାଇଁ ଯୋଗ ଦେଇ ସନାତନ ଧର୍ମର ଉଥାନ ପତ୍ତନ ଉପରେ ଆଲୋକ ପାତ କରି ଦିବ୍ୟ ପୁରୁଷ ମାନଙ୍କ ଭିତରେ ପିତା ଶ୍ରୀ ବ୍ରହ୍ମlଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ l ବ୍ରହ୍ମl କୁମାର ସୁଦାମ ଭାଇ ମଞ୍ଚ ପରିଚାଳନା ସହ ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ l ବ୍ରହ୍ମl କୁମାରୀ ଶ୍ରୀମତୀ ଭଉଣୀ ବ୍ରହ୍ମl ବାବାଙ୍କ ଅଲୌକିକ ଜୀଵନ କାହାଣୀ ବର୍ଣ୍ଣନା କରିଥିଲେ l ବ୍ରହ୍ମl କୁମାରୀ କୁନି ଭଉଣୀ, ଉନ୍ନତି ଭଉଣୀ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ l ବ୍ରହ୍ମା କୁମାରୀ ଲିପି, ମୀରା, ସବିତା, ସହଯୋଗ କରିଥିଲେ, ଦୁଇ ଶହରୁ ଉର୍ଦ୍ଧ ବ୍ରହ୍ମ କୁମାର କୁମାରୀ ଭାଇ ଭଉଣୀ ଯୋଗ ଦେଇ ସ୍ମୁତି ଚାରଣ କରିବା ସହ ଦୀପ ପ୍ରଜ୍ଜଳନ ତଥା ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l ପରିଶେଷରେ ବ୍ରହ୍ମl ଭୋଜନ ବ୍ୟବସ୍ଥା କରାଯାଇ ଥିଲା


