Monday, October 12, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା:ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ବାଲିଗୁଡା:ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

99

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ବାନ୍ଦାପାଙ୍ଗାରେ ଗୋଷ୍ଠୀ ଶୌଚାଳୟ, ବାଲିଗୁଡ଼ା କଲ୍ୟାଣ ମଣ୍ଡପର ପୁନଃରୁଦ୍ଧାର, ବାଲିଗୁଡ଼ା କଲେଜ ଛକର ଶଶ୍ମାନ ଘାଟ ପ୍ରକଳ୍ପର ଉଦଘାଟନ ହୋଇଯାଇଛି ପ୍ରାୟ ସତୁରିଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି |

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକଙ୍କ ସମେତ ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସ,ବାଲିଗୁଡ଼ା ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଶୁଭଙ୍କର ମହାପାତ୍ର,ତୁମୁଡ଼ିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ନଗର ସଭାପତି ସୁଜିତ କୁମାର ପାଳ, ବହୁ କର୍ମୀ ଓ କାର୍ଯ୍ୟାଳୟର କର୍ମଚାରୀ, ସ୍ୱଛତା ଅଧିକାରୀ ରାଜ କିଶୋର ସାହୁ, ସମେତ କାଉସିଲର ଓ ଏନ.ଏ. ସି କର୍ମଚାରୀ ଉପସ୍ଥିତ ଥିଲେ l