
ଧରାକୋଟ,19-01-2021(ଜ଼ିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସୁନାମୋହି ଗ୍ରାମର ଗ୍ରାମ୍ୟ ଗୋଷ୍ଠୀ କେନ୍ଦ୍ର ଠାରେ ନେହୁରୁ ଯୁବକେନ୍ଦ୍ର ତରଫରୁ ସଚେତନତା ଦିବସ ପାଳିତ ହୋଇ ଯାଇଛି l ଜାତୀୟ ସ୍ୱଚ୍ଛସେବୀ ସଂସ୍ଥାର ମୁଖ୍ୟ ଭାଗ୍ୟଲକ୍ଷ୍ମୀ ଜେନା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଏବଂ ଗ୍ରାମ୍ୟ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପ୍ରଧାନଙ୍କ ପୌରହିତରେ ଏହି ଦିବସ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଶ୍ରୀମତୀ ପ୍ରତିମା କୁମାରୀ ସୁଆର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିପିନି ବିହାରୀ ପାଣିଗ୍ରାହୀ, ସାମ୍ନାନୀୟ ଅତିଥି ବୃନ୍ଦ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପୋଲଇ l
ଶ୍ରୀଯୁକ୍ତ ସୁରେନ୍ଦ୍ର ସେଠି, ଶ୍ରୀଯୁକ୍ତ ରାମହରୀ ସାହୁ, ପ୍ରମୁଖ ଯୋଗ ଦେଇ ନାରୀ ସଶକ୍ତି କରଣ ନାରୀର ସୁରକ୍ଷା , AIDS ନିରାକରଣ, କରୋନା ସଚେତନତା ଉପରେ ବୁଝାଇ ଥିଲେ I ଏହି ଅବସରରେ ପ୍ରାୟ 50 ରୁ ଉର୍ଦ୍ଧ ଯୁବପିଢ଼ି ଉପସ୍ଥିତ ଥିଲେ I ସର୍ବଶେଷରେ ସ୍ବେଛାସେବୀ ଭାଗ୍ୟଲଷ୍ମୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I



