
ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା):ମାନ୍ୟବର ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମହୋଦୟ ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ରେ ଯୋଗଦେବା ପାଇଁ ଆସିଥିବା ଅଵସରରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛା ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତମ ସମ୍ବର୍ଦ୍ଧନା ଜଣାଗଲା ଓ ଆଇନଜୀବି ସାମ୍ମୁଖ୍ୟ ମାଧ୍ୟମରେ ଆଇନଜୀବି ମାନଙ୍କୁ କିପରି ଦଳୀୟ କାର୍ଯ୍ୟକ୍ରମ ଗୁଡିକ ରେ ଅଧିକରୁ ଅଧିକ ଜଡିତ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା କରାଗଲା l
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ଆଞ୍ଚଳିକ ଆବାହକ ସନ୍ତୋଷ କୁମାର ନାଏକ, ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ ତଥା ଆଇନଜୀବି ଶ୍ରୀ ବିନୟ କୁମାର ଟପ୍ପୋ, ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ବରିଷ୍ଠ ଆଇନଜୀବି କିଶୋର ଚନ୍ଦ୍ର ନାଏକ, ଧର୍ମେଶ କୁମାର ପଟେଲ, ପ୍ରଦୀପ କୁମାର ମହାପାତ୍ର, ଅଶୋକ କୁମାର ନାଏକ, ଦେବାଶିଷ ମିଶ୍ର,ଯୁବ ଆଇନଜୀବି ସ୍ୱରାଜ ପଟେଲ,ଅଞ୍ଜନ ବାରିକ,ସୁଶାନ୍ତ ନାଏକ,ଉମାକାନ୍ତ ପରିଡା, ରାଜେନ୍ଦ୍ର ବେକ, ଚତୁର୍ଭୁଜ ନାଏକ, ରବୀନ୍ଦ୍ର ମାଳି,ଅକ୍ଷୟ ବିରଗଣ୍ଠିଆ, ସୁନୀଲ ରାଏ, କେଶବ ରାଣା,ପ୍ରତିମା ମିଶ୍ର, ଅନୁସୟା ନାଏକ, ଦୁଲାରୀ ନାଗ,ଆରତୀ ଚୌଧୁରୀ ସମେତ ଅନ୍ୟ ଆଇନଜୀବି ଉପସ୍ଥିତ ଥିଲେ।






