Home Uncategorized ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ଆଜିଠାରୁ କୋଭିଡ ଟିକା

ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ଆଜିଠାରୁ କୋଭିଡ ଟିକା

25

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର): ମହାମାରୀ କୋଭିଡ-୧୯ର କରୋନା ସଂକ୍ରମଣରୁ ରକ୍ଷାପାଇବାଲାଗି କୋଭିଡ ଟିକାପାଇଁ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶନିବାର ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ କରୋନା ଯୋର୍ଦ୍ଧା ତଥା ଅଙ୍ଗନୱାଡି କର୍ମିଙ୍କୁ ଏହିଟିକା ପ୍ରଦାନ କରାଯାଇଥିବା ବେଳେ ସୋମବାର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ୪୦ ଜଣ ସ୍ୱାସ୍ଥ୍ୟ କର୍ମି ଯଥା ଡାକ୍ତର,ପାରାମେଡିକାଲ କର୍ମଚାରୀ ଏବଂ ହାଉସ କିପିଙ୍ଗ ଆସିଷ୍ଟାଂଟ ମାନଙ୍କୁ ପ୍ରଦାନ କରାଯାଇଛି ।

କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ ଡିଆରଏଚ୍‌ର ୫୨ ବର୍ଷିୟା ହାଉସ କିପିଙ୍ଗ ସହକାରୀ ସହାୟକ ବିଣା ଦେଇଙ୍କୁ ଦିଆଯାଇଥିଲା । ଏହି ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ସ୍ୱାସ୍ଥ୍ୟବିଭାଗ ପରିସରରେ ୩ଟି ପୃଥକ କୋଠରୀ ମଧ୍ୟରେ କରାଯାଇଥିଲା ।

ସାନିଟାଇଜର ଏବଂ ମାସ୍କ ପରିଧାନ ଏକପ୍ରକାର ବାଧ୍ୟତାମୂଳକ କରାଯାଇ ଟିକାକରଣ କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ନିର୍ଦ୍ଦେଶନୁସାରେ ୧୩୦ଜଣ ସ୍ୱାସ୍ଥ୍ୟକମିମାନଙ୍କୁ ଏହି ଟିକା ପ୍ରଦାନଲାଗି ପଜିଂକରଣ କରିଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମ ସୋମବାର ସବ୍‌-ଅଡିନେଟ ବିଶ୍ରାମ ଗୃହରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ରେଳପ୍ରବନ୍ଧକ ଶଶିକାନ୍ତ ସିଂଙ୍କ ଦ୍ୱାରା ଉଦଘାଟନ ହୋଇଥିଲା ।

ଆଜି ପ୍ରଥମ ପର୍ଯ୍ୟାୟରେ ୪୦ଜଣଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ସଦସ୍ୟମାନଙ୍କୁ ଚଳିତ ମାସ ୨୧ଓ ୨୩ ତାରିଖରେ ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ମୂଖ୍ୟ ଚିକିତ୍ସା ଅଧୀକ୍ଷକ ବି ଗୈାରୀ ଶଙ୍କର ରାଓ,ବରିଷ୍ଠ ଡାକ୍ତର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।