
ବ୍ରହ୍ମପୁର,(କୁନା ମିଶ୍ର):ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୦୦ ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଗଠିତ ଫରମ ଫର୍ ବ୍ରହ୍ମପୁର ଏୟାରପୋର୍ଟ ଭାବରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବୀ ପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ପ୍ରଦାନ କରାଗଲା । ଖୁବ୍ ଶୀଘ୍ର ଜିଲ୍ଲାବାସିଙ୍କ ପାଇଁ ଏୟାର ପୋର୍ଟ ସ୍ଥାପନ କରାଯାଉ ବୋଲି ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଧେଶ୍ୟରେ ପ୍ରଦାନ କରାଯାଇଛି ।
ସେହିପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରିଙ୍କ ସହ ଆଲାଚନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି ବୋଲି ପୂର୍ବରୁ କହିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ତଥାପି ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା କରୁଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବିଶାଳ ମାନବ ଶୃଙ୍ଖଳ ଚେନ୍ କରି ବିମାନ ବନ୍ଦର ତୁରନ୍ତ ପ୍ରତିଷ୍ଠା ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ ।
ସ୍ଥାନ ଚିହ୍ନଟ କାରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଦାସୀନତା ଯୋଗୁ କାମ ଆଗେଇପାରୁନାହିଁ ବୋଲି କହିଛନ୍ତି ଓଡିଶା ଦେବଲପମନେଣ୍ଟ ଫର୍ମ ର ନେତ୍ରୀ ବବିତା ପାତ୍ର । କାର୍ଯ୍ୟକ୍ରମ ରେ ରାମ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀ ନାରାୟଣ ପାଢୀ, ମାନସ ପାତ୍ର, ସରୋଜ ପଟ୍ଟନାୟକ,ବି .ସୌମେସ୍ବର ରାଓ,ଟୁନା ମହାରଣା ,ଶ୍ରୀକାନ୍ତ ପାଢ଼ୀ ସମେତ କ୍ରିୟାନୁଷ୍ଠାନ କମିଟି ର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।




