Monday, October 12, 2026
Home ଜିଲ୍ଲା ଗଞ୍ଜାମ ରଣପୁର: ଆଜିର ଗଣମାଧ୍ୟମର ପ୍ରମୁଖ ସ୍ରୋତ ହୋଇଛି ଡ଼ିଜିଟାଲ ମିଡ଼ିଆ

ରଣପୁର: ଆଜିର ଗଣମାଧ୍ୟମର ପ୍ରମୁଖ ସ୍ରୋତ ହୋଇଛି ଡ଼ିଜିଟାଲ ମିଡ଼ିଆ

51

ରଣପୁର,(ସ୍ୱତନ୍ତ୍ର ପ୍ରତିନିଧି) : ଲୋକଙ୍କ ପାଖରେ ଖବର ପଂହଚାଇବାକୁ ବିଭିନ୍ନ ମାଧ୍ୟମ ରହିଥିଲେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଦୃଢ ଅଗ୍ରଗତି ଯୋଗୁଁ ସଂପ୍ରତି ଡ଼ିଜିଟାଲ ମିଡ଼ିଆ ଗଣମାଧ୍ୟମର ଏକ ପ୍ରମୁଖ କ୍ଷିପ୍ରସ୍ରୋତ ଭାବେ ଆତ୍ମ ପ୍ରକାଶ କରିଛି ।

ଏହାର ସାମ୍ବାଦିକ ମାନେ ଗଣମାଧ୍ୟମର ସର୍ବାଗ୍ରେ ରହିଥିବା ସାଧାରଣରେ ସ୍ୱୀକୃତି ଲାଭ କରିଥିବା ବେଳେ ବୃତ୍ତିଗତ କର୍ତ୍ତବ୍ୟ ସମ୍ପାଦନାରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଛୋଟବଡ଼ ମନୋଭାବ ଆଦୌ ରହିବା ଉଚିତ ନୁହେଁ ବୋଲି ପୂର୍ବତନ ସାଂସଦ ଏବଂ ବିଧାୟକ ରବି ନାରାୟଣ ମହାପାତ୍ର ମତବ୍ୟକ୍ତ କରିଥିଲେ ।

ରବିବାର ଓଡ଼ିଶା ଡ଼ିଜିଟାଲ ଏସୋସିଏସନ ଭୂବନେଶ୍ୱର ପକ୍ଷରୁ ନୟାଗଡ଼ ଜିଲ୍ଲା ରଣପୁର ଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେ ଏହି ମତବ୍ୟକ୍ତ କରିବା ସହ ଡ଼ିଜିଟାଲ ମଡ଼ିଆର ସୂଦୁର ପ୍ରସାରୀ ଉପାଦେୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସରକାରୀ ସ୍ତରରେ ଏହି ମିଡ଼ିଆ ଅନ୍ୟତମ ସ୍ୱୀକୃତ୍ତି ମିଡ଼ିଆ ଭାବେ ଗ୍ରହଣ କରାଯାଇଥିବା ଯୋଗୁଁ ଏହାର ସାମ୍ବାଦିକ ମାନେ ସରକାରୀ ସ୍ୱୀକୃତି ଲାଭ କରିବା ସହଜ ହୋଇପାରିଛି ବୋଲି କହିବା ସହ ଓଡ଼ିଶା ଡ଼ିଜିଟାଲ ମିଡ଼ିଆ କର୍ମକର୍ତା ମାନଙ୍କୁ ସରକାରଙ୍କ ସହ ସ୍ୱମନ୍ନୟ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ।

720 x 863 mix

ରବିନାରାୟଣ ମହାପାତ୍ର ରାଜ୍ୟ ଡ଼ିଜିଟାଲ ମିଡ଼ିଆ ଏସୋସିଏସନର ଭୁବନେଶ୍ୱର କାର୍ଯ୍ୟକାରିଣୀ ବୈଠକ ଶେଷଉକ୍ତ ବୈଠକରେ ଓଡ଼ିଶା ଡ଼ିଜିଟାଲ ମିଡ଼ିଆ ଏସୋସିଏସନ, ଭୂବନେଶ୍ୱରର ରାଜ୍ୟ ସଂଯୋଜକ ତଥା ବରିÂ ସାମ୍ବାଦିକ ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମ୍ାନିତ ଅତିଥି ଭାବେ

ଅଲ ଇଣ୍ଡିଆ ପେଡ଼ରସନ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି ବିମଳ କୃଷ୍ଣ ଥମ୍ବ, ରଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ବୈଜୟନ୍ତି ମହାନ୍ତି, ଓଡ଼ିଶା ଟ୍ରେଣ୍ଡ ନ୍ୟୁଜର ସମ୍ପାଦିକା ସଂଯୁକ୍ତା ଦାଶ, ନ୍ୟୁଜନର୍ଭର ମୁଖ୍ୟ ସମ୍ପାଦକ ପ୍ରକାଶ ମିଶ୍ର ଓ ଓଟିଏନ ଚ୍ୟାନେଲର ମୁଖ୍ୟ ସତ୍ୟ ରଞ୍ଜନ ଦାଶ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ଼ିଜିଟାଲ ମିଡ଼ିଆର ଆଗାମୀ ଭବିଷ୍ୟତରେ ଗଣମାଧ୍ୟମର ଏହା ବିଶ୍ୱରେ ସର୍ବପ୍ରଥମ ସର୍ବବୃହତ କ୍ଷେତ୍ର ଭାବେ ପରିଚୟ ପାଇବ ବୋଲି ଭିନ୍ନ ଭିନ୍ନ ଦୃଷ୍ଟି କୋଣରେ ମତବେକ୍ତ କରିଥିଲେ ।

ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ଜଣ ବ୍ୟକ୍ତିଙ୍କୁ ଅତିଥି ମାନେ ଉପଢୈକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସାମ୍ବାଦିକତା ଓ ସମାଜସେବା ପାଇଁ ସର୍ବ ଭାରତୀୟ ସାମ୍ବାଦିକ ବୋଡର଼୍ର ସଭାପତି କୌଳାସ ସାହୁ(ବଜରଙ୍ଗୀ ଭାଇଜାନ) ସାମ୍ବାଦିକତା ଓ ସାଂସ୍କୃତିକ ନବଜାଗରଣ ପାଇଁ ପରାମର୍ଶ ଚ୍ୟାନେଲର ସମ୍ପାଦକ ଲକ୍ଷ୍ମଣ କୁମାର ସାମନ୍ତରାୟ, ସମାଜସେବା ପାଇଁ ରଙ୍କନିଧି ଦାଶ ଏବଂ ଫୋଟ ସାମ୍ବାଦିକତା ପାଇଁ ବିଚିତ୍ର ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

ଆୟୋଜିତ ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୫ଜଣ ଜିଲ୍ଳାସ୍ତରୀୟ ପ୍ରତିନିଧି ଯୋଗ ଦେଇଥିଲେ । ସଂଘ ରାଜ୍ୟ ସଂଯୋଜକ ତୁଷାର ପଟ୍ଟନାୟକଙ୍କୁ ସଂର ରାଜ୍ୟ ସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।

ଗଣମାଧ୍ୟମ ପ୍ରତିନିଧି ମାନେ ବୃତ୍ତିଗତ ଅଧିକାର ସାବ୍ୟସ୍ତ ପାଇଁ ସଂଘବଦ୍ଧ ଭାବେ ଲଢେଇ ଜାରୀ ରଖିବାକୁ ଆହ୍ୱାନ ଦେଇଥିଲେ । ପରିଶେେରେ ସାମ୍ବାଦିକ ଜୀବନାନନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ ।