
ଆସିକା,୩୦/୯ (କ୍ଷୀରୋଦ ବେହେରା) : ଓଳମ୍ବା ଗ୍ରାମ ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ୨୦୦୨ ମସିହା ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ଗଞ୍ଜାମ ଜିଲ୍ଲା ଶ୍ରୀ ଶ୍ରୀ ପ୍ରସିଦ୍ଧ ଆଦିମା ମହୁରୀକାଳୁଆ ସ୍ଥିତ କେରାଣ୍ଡି ମାଳ ଆଦିବାସୀ ସାଂସ୍କୃତି ପରିଷଦ ଠାରେ ଅନୁଷ୍ଟିତ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ର ମାନେ ହୋମ ଯଜ୍ଞ ସହ ବିଶ୍ୱ ଶାନ୍ତି ଓ ମୈତ୍ରୀ ଉଦ୍ଧେଶ୍ୟର ଶପଥ ପାଠ କରିଥିଲେ ।

ଜୀବନରେ ଜଣେ ଭଲ ନାଗରିକର ଦାୟିତ୍ୱକୁ ସମ୍ପାଦନ କରିବା ଏବଂ ଦିନ ଦରିଦ୍ର ,ବୃଦ୍ଧ ଓ ବୃଦ୍ଧା, ମହିଳା ଓ ବାପା ଓ ମା ଛେଉଣ୍ଡ ପିଲା ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ତାଙ୍କ ଉଦ୍ଧେଶ୍ୟରେ ବର୍ଷକୁ ଥରେ ସେବା କାର୍ୟ୍ୟ କରିବା ପାଇଁ ଆଲୋଚନା କରିଥିଲେ । ଏହା ସହିତ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କିଷମର ଔଷଧୀୟ ଗଛ ଲଗାଇବା, ଗୋଟିଏ ବ୍ୟକ୍ତି ଗୋଟିଏ ଗଛ ଏବଂ ଅନ୍ୟ ମାନଙ୍କୁ କିପରି ଏହି ମହତ୍ କାର୍ୟ୍ୟରେ ସହଯୋଗ କରାଯାଇପାରିବ ସେ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଏହି କାର୍ୟ୍ୟକ୍ରମକୁ ଆସିକା ବ୍ଲକଗୋଷ୍ଠି ଶିକ୍ଷା ଅଧିନ କାର୍ୟ୍ୟରତ ଯୁବ ଶିକ୍ଷକ ଚିତ୍ରସେନ ସେଠି ପରିଚାଳନା କରିଥିବା ବେଳେ ରବିନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ସରାବ, ଶୁଭାଶିଷ ସାହୁ, ସଦାନନ୍ଦ ସାହୁ, ସୁଶୀଳ ମହାରଣା, ରିଙ୍କୁ ସ୍ୱାଇଁ, ରାଧାକାନ୍ତ ନାୟକ, ଅରୁଣ ଗୈାଡ, ଭଗବାନ ସାବତ, ସୁଶାନ୍ତ କୁମାର ପାଣି,ଶ୍ରୀନିବାସ ମହାରଣା ପ୍ରମୁଖ ବନ୍ଧୁମିଳନ କାର୍ୟ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ ।



