Wednesday, July 29, 2026
Home ଆଞ୍ଚଳିକ ଅଙ୍ଗାରଗାଁ ଠାରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

ଅଙ୍ଗାରଗାଁ ଠାରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

91

ବେଗୁନିଆପଡା:17/01,(ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ତ୍ରିମୁର୍ତ୍ତି ଖେଳ ପଡିଆ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି | ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଅଙ୍ଗାରଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସନମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ଭ୍ରମର ଭୂୟାଁ ଯୋଗ ଦେଇଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ ତାରିଣୀ,ପ୍ରତାପ କୁମାର ଜେନା,ବସନ୍ତ କୁମାର ଭୂୟାଁ,ବିପ୍ର ଚରଣ ପ୍ରଧାନ,ସନ୍ତୋଷ କୁମାର ସ୍ୱାଇଁ,ଟିଟ୍ଟୁ ବିଶୋଇ,ରବୀନ୍ଦ୍ର ବିଶ୍ୱାଳ, ତ୍ରିନାଥ ପ୍ରଧାନ,ମହେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ | ଆୟୋଜକ କମିଟି ର କାର୍ଯ୍ୟକର୍ତା ଅଶୋକ ବିଶୋଇ,ଗାନ୍ଧୀ, ବୁଡୁ ସାହୁ , ଗଣେଶ ସାହୁ ,ପୁର୍ଣ ସେଠୀ,ରୂପକ ସାହୁ, ରାମ ଜେନା, ସାଗର ସାହୁ , ଭାବ ସୁମନ୍ତରାୟ ,ଚନ୍ଦନ ସାହୁ ,କାଳିଆ ସାହୁ ,ତୁଷାର ଦାଶ, ଦୀପକ ସେଠୀ,କୃଷ୍ଣ ଡାକୁଆ,ବାଲ୍ୟ ବେହେରା, ଟୁକୁନା ସାହୁ ପ୍ରମୁଖ ଙ୍କ ଉପସ୍ଥିତି ରେ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା |ପରେ ପରେ ଜାତୀୟ ସଂଗୀତ ଗାନ କରାଯାଇ ସମସ୍ତ ଖେଳାଳିଙ୍କୁ ଖେଳ ର ନିୟମାବଳୀ ସମ୍ପର୍କ ରେ ଅବଗତ କରାଯାଇଥିଲା |ଆଜିର ଉଦ୍ଘାଟନୀ ମ୍ୟାଚରେ ସାଂକୁଡା ସହିତ ନାୟିକାଣୀପଲ୍ଲୀ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ବେଳେ ଏହି ମ୍ୟାଚ ରେ ନାୟିକାଣୀପଲ୍ଲୀ ଟିମ ପ୍ରଥମ ଦୁଇ ଟି ସେଟ ଜିତି ଥିଲା |ଏହି ଟୁର୍ନାମେଣ୍ଟ ରେ ମୋଟ 16 ଟି ଆଞ୍ଚଳିକ ଦଳ ଅଂଶ ଗ୍ରହଣ କରିବେ | ଘଟଣା କ୍ରମେ ଆଜି ଉଦ୍ଘାଟନୀ ସମାରୋହରେ ଯୋଗ ଦେବାକୁ ଥିବା ଅଞ୍ଚଳ ର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଙ୍କୁ ହରାଇ ସରପଞ୍ଚ,ଉପାଧ୍ୟକ୍ଷ ଙ୍କ ସମେତ ସମସ୍ତ କ୍ରୀଡା ପ୍ରେମୀ, ଯୁବ ନେତା ଗଭୀର ଦୁଃଖ ପ୍ରକାଶ କରିଥିଲେ | ଆସନ୍ତା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ କହିଛନ୍ତି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭ୍ରମର ଭୂୟାଁ | ଅଉପଚାରିକ ଉଦଘାଟନ ସମାରୋହ ରେ ସ୍ଥାନୀୟ ଯୁବ ଖେଳାଳି ଙ୍କ ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବା କହିଛନ୍ତି ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ସାହୁ |ଏହି ମ୍ୟାଚ କୁ କେ.ଜନାର୍ଦନ ଅଚାରୀ ପରିଚାଳନା କରିଥିବା ବେଳେ ବିଭୁତି ପ୍ରଧାନ ଓ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ସାହୁ ଭାଷ୍ୟକାର କାର୍ଯ୍ୟ ଦାୟିତ୍ୱ ତୁଲାଇ ଥିଲେ |