
ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ବିଜୁ ଜନତା ଦଳ ର ବରିଷ୍ଠ ନେତା ତଥା ଜନତା ଦଳ ର ପୂର୍ବତନ ଜ଼ିଲ୍ଲା ସଭାପତି ତଥା ପୂର୍ବତନ କେନ୍ଦ୍ର ସମବାୟ ବ୍ୟାଙ୍କ ଜ଼ିଲ୍ଲା ସଭାପତି ରାମଚନ୍ଦ୍ର ପଣ୍ଡା ର ଗତକାଲି ତାଙ୍କ ରାଉରକେଲା ସିଭିଲ ଟାଉନସିପ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ଖବର ପାଇ ବିଜୁ ଜନତା ଦଳ ସହ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳି ଯାଇଥିଲା l ତାଙ୍କୁ ମୃତ୍ୟୁ ବେଳକୁ ୮0 ବର୍ଷ ହେଉଥିଲା l
ଆଜି ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ତରଫରୁ ଜ଼ିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ ଙ୍କ ତତ୍ୱାବଧାନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ଉକ୍ତ ଶୋକ ସଭାରେ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ 2 ମିନିଟ ର ନିରବ ପ୍ରାର୍ଥନା କରାଯାଇ ଥିଲା ଓ ତାଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଉକ୍ତ ସଭାରେ ଯୋଗଦେଇ ଥିଲେ ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ମଙ୍ଗଳା କିସାନ, ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ କୁମାର ନାଏକ ଙ୍କ ସମେତ ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ଜୟନାରାୟଣ ତ୍ରିପାଠୀ,ସନ୍ତୋଷ ଅମାତ,ଲଲାଟେନ୍ଦୁ ପରିଡା, ବେଣୁଧର ତାଣ୍ଡିଆ,ପଞ୍ଚା ବାରଲା, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ଜ଼ିଲ୍ଲା ଯୁବ ସଭାପତି ଦେବେନ୍ଦ୍ର ମାଝୀ, ଜ଼ିଲ୍ଲା ଛାତ୍ର ସଭାପତି ସୟଦ ସହବାଜ ହୁସେନ,ରାଜ୍ୟ ଛାତ୍ର ସଂପାଦକ ଶିବାଜୀ ନାଏକ, ବରିଷ୍ଠ ଯୁବନେତା ସୁମନ୍ତ ପଣ୍ଡା, ଅମରେଶ ପଣ୍ଡା, କିଶୋର ସାହୁ,ଟାଉନ ସଭାପତି ସୁରେନ୍ଦ୍ର ଭିତରିଆ,ହେମନ୍ତ ମେହେର,ସୁଶାନ୍ତ ପଟେଲ, ଅଶୋକ ମହାନ୍ତି, ରାଜୁ ସାହୁ, ନରଦୀପ ସିଂ, ସୁମନ୍ତ ସାହୁ,ଅଜୟ ଅମାତ, ମୁକେଶ ପୁରୋହିତ, ବିସ୍ମୟ ପଟ୍ଟନାୟକ,ସୁବ୍ରତ ନାଏକ,ସୁଦାମ ଭୋଇ, ରୋଶନ ସାହୁ, ଅଜୟ ସାହୁ, ରବି ଜୟସୱାଲ,ଦିନେଶ ଠାକୁର, ମାନସ ବେହେରା, ପରଭେଜ ଖାନ, ଅନିରୁଦ୍ଧ ସାହୁ, ସ୍ୱାଗତ ଯୋଶୀ, ଧୀରଜ ପ୍ରସାଦ, ସୁଶାନ୍ତ ଦେବ, ମେହତାବ ସେକ,ଶ୍ରୀମନ୍ତ ପଟେଲ, ରାହୁଲ ପଟେଲ, ସନ୍ତୋଷ ଗହୀର, ଉମେଶ ଶର୍ମା, ଦେବ ମହାନ୍ତି,ଶୁଭମ ଗୁରୁ, ସୌରଭ ନାଏକ, ମିହିର ଧଳ, ପ୍ରଣବ ଆଚାର୍ଯ୍ୟ,ହେମନ୍ତ ଦେହୁରୀ, ପ୍ରିୟଙ୍କା ଜେନା, କବିତା ସାହୁ,ସୋନାଲି ସାହୁ,ଆଞ୍ଚଲ ନାଏକ ସମେତ ଅନ୍ୟମାନେ ଯୋଗଦେଇ ଥିଲେ l




