Wednesday, November 11, 2026
Home ଜିଲ୍ଲା ରାୟଗଡା ଜିଲ୍ଲାର ନୂତନ ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟ ତଦାରଖ...

ରାୟଗଡା ଜିଲ୍ଲାର ନୂତନ ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଆପଙ୍ଗ ଆଓ

34

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ଦୁଇ ନିବାଚନୀ ମଣ୍ଡଳୀ ଗୁଣୁପୁର ଏବଂ ବିଷମକଟକ ର ଭୋଟର ତାଲିକା ସଂଶୋଧନ ଏବଂ ଚୂଡାନ୍ତ ତାଲିକା ସହ ନିର୍ବାଚନୀ ପ୍ରସ୍ତୁତି କୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଆପଙ୍ଗ ଆଓ ତଦାରଖ କରି ଥିଲେ ଏହି ଗସ୍ତ ସମୟରେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ପ୍ରଧାନ ନିର୍ବାଚନ ସେକ୍ସନ ଅଧିକାରୀ ସୂର୍ଯ୍ୟ ନାୟକ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ବର୍ତ୍ତମାନ ଜିଲ୍ଲାର ଭୋଟର ସଂଖ୍ୟା 6 ଲକ୍ଷ 79 ହଜାର ସେଥିମଧ୍ୟରୁ ରାୟଗଡା ଜିଲ୍ଲାର ଭୋଟର ସଂଖ୍ୟା 2 ଲକ୍ଷ 43ହଜାର 850, ଗୁଣୁପୁର ର 2 ଲକ୍ଷ 14ହଜାର 267 ଏବଂ ବିଷମକଟକ ର 2 ଲକ୍ଷ 21 ହଜାର 215 ଥିବାବେଳେ ପୂର୍ବରୁ ଜିଲ୍ଲା ରେ 6ଲକ୍ଷ 66 ହଜାର 336 ଥିବା ବେଳେ ଚଳିତ ବର୍ଷ ସଂଶୋଧନ ତାଲିକା ରେ ଯୋଡି ହୋଇଛ ନୂତନ ଭାବେ 19ହଜାର 58 ଏବଂ ବାଦ ପଡିଛି 6 ହଜାର 187 ଭୋଟର ବଢ଼ି ଥିବା ରାୟଗଡା ଜିଲ୍ଲାପାଳ ତଥା ନିର୍ବାଚନ ସଂଶୋଧନ ଅଧିକାରୀ ସରୋଜ ମିଶ୍ର ଜଣାଇ ଛନ୍ତି।