
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ମହାମାରୀ କୋରନା ଭୁତାଣୁର ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଗ୍ରହଣ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଟିକାକରଣର ଉଦଘାଟନ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋରନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ ର ପ୍ରଥମ ପର୍ଯ୍ୟାୟ ।
ପ୍ରଥମ ପର୍ଯ୍ୟାୟରେ ଆଜି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଡ଼.ବିଜୟ କୁମାର ସୁରଙ୍କ ଉପସ୍ଥିତିରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଈ କର୍ମଚାରୀ,
ଆଶା ଓ ଅଙ୍ଗନବାଡି ଙ୍କ ସମତ 120 ଜଣ କୋରନା ଯୋଦ୍ଧା ଙ୍କୁ ଟିକାକରଣର କାର୍ଯ୍ୟକ୍ରମ ରହିଛି |ସଫେଇ କର୍ମଚାରୀ ଶରତ କୁମାର ମୁଖୀ ପ୍ରଥମ ଥର ଟୀକା ନେଇଛନ୍ତି |





